33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସଞ୍ଜୟଙ୍କ ହାଜତ ମିଆଦ ୨୨ ପର୍ଯ୍ୟନ୍ତ ବୃଦ୍ଧି

ସଞ୍ଜୟଙ୍କ ହାଜତ ମିଆଦ ୨୨ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଜେଲ ମିଆଦକୁ ପିଏମଏଲଏ କୋର୍ଟ ଅଗଷ୍ଟ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ମୁମ୍ବାଇର ‘ପାତ୍ର ଚାଲ୍‌’ ଦୁର୍ନୀତିରେ ସଞ୍ଜୟ ଲାଞ୍ଚ ଗ୍ରହଣ କରିଥିବାରୁ ଇଡି ପକ୍ଷରୁ ତାଙ୍କ ବାସଭବନରେ ବ୍ୟାପକ ଖାନତଲାସ କରାଯିବାପରେ ଜୁଲାଇ ୩୧ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା । ଅଗଷ୍ଟ ୮ ସୁଦ୍ଧା ତାଙ୍କର ଇଡି ରିମାଣ୍ଡ ଅବଧି ଶେଷହେବାପରେ ସଞ୍ଜୟଙ୍କୁ ସୋମବାର ପୁଣି ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ଅପରପକ୍ଷରେ ଗତ ଶନିବାର ଇଡି ପକ୍ଷରୁ ସଞ୍ଜୟଙ୍କ ପତ୍ନୀ ବର୍ଷାକୁ ମୁମ୍ବାଇର ବାଲାର୍ଡ ଇଷ୍ଟେଟ୍‌ସ୍ଥିତ କାର୍ଯ୍ୟାଳୟରେ ୯ ଘଣ୍ଟା ଜେରା କରାଯାଇସାରିଛି । ଚଢଉ ସମୟରେ ସଞ୍ଜୟଙ୍କ ବାସଭବନରୁ ନଗଦ ୧୧.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ତେବେ ଏହି ଟଙ୍କା ଦଳୀୟ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସଞ୍ଜୟଙ୍କ ଭାଇ ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking