33.1 C
Bhubaneswar
Tuesday, March 18, 2025
Homeଓଡିଶାହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ମାମଲା: ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ମାମଲା: ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ସମ୍ପର୍କିତ କଡ଼ା ନିୟମାବଳୀକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ମୁଖ୍ୟ ବିଚାରପତି ଡକ୍ଟର.ଏସ୍‌.ମୁରଲୀଧରଙ୍କ ଖଣ୍ଡପୀଠ ଉକ୍ତ ମାମଲାର ବୁଧବାର ଶୁଣାଣି କରି ଏନେଇ ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଆଗାମୀ ୩୦ତାରିଖରେ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଗାମୀ ଅକ୍ଟୋବର ୧ତାରିଖରୁ ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ଯାଞ୍ଚ କଡ଼ାକଡ଼ି କରିବାକୁ ଘୋଷଣା କରାଯାଇଛି ।

ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ୍ ନଥିଲେ ଜୋରିମାନା ଦେବାକୁ ହେବ । ଯଦି ପ୍ଲେଟ୍ ତିଆରି ହୋଇନାହିଁ, ତେବେ ସ୍ଲଟ୍ ବୁକିଂ କରାଯାଇଥିବା ରସିଦ ଦେଖାଇଲେ ଜୋରିମାନାରୁ ବର୍ତ୍ତିହେବ । ଏହାକୁ ନେଇ ଗାଡ଼ିଚାଳକ ଓ ମାଲିକଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି । ହାଇ ସିକ୍ୟୁରିଟି ନମ୍ବର୍ ପ୍ଲେଟ ୍‌ନିମନ୍ତେ ଏଚ୍‌ଏସ୍‌ଆର୍‌ପି ୱେବ୍‌ସାଇଟ୍‌ରେ ସ୍ଲଟ୍ ବୁକିଂ କରିବାକୁ ପଡ଼େ । ହେଲେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରାଜ୍ୟର ସବୁଠାରେ ଉପଲବ୍ଧ ହେଉନାହିଁ । ଇଣ୍ଟର୍‌ନେଟ୍ ସୁବିଧା ମଧ୍ୟ ସମସ୍ତଙ୍କ ପାଖରେ ନାହିଁ । ଏପରି ସ୍ଥିତିରେ ସରକାର ନିୟମ କଡ଼ାକଡ଼ି କରିବାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ବ୍ୟବସ୍ଥା ଠିକ୍ ନଥିବାବେଳେ ଲୋକମାନେ ଆଉ କ’ଣ ବିକଳ୍ପ ବ୍ୟବସ୍ଥା ଆପଣାଇପାରିବେ ସେନେଇ ତଥ୍ୟ ଉପସ୍ଥାପନ ନିମନ୍ତେ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking