32.1 C
Bhubaneswar
Thursday, May 2, 2024
Homeଓଡିଶାପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ

ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ

କଟକ: ରାଜ୍ୟ ସିଲେକସନ ବୋର୍ଡ ଦ୍ୱାରା ୨୦୨୪ ମସିହାର ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ଉଲ୍ଲଂଘନ କରାଯାଇଥିବା ନେଇ ରୁଜୁ ମାମଲାର ଶୁଣାଣି କରି ବିଚାରପତି ବିରଜା ପ୍ରସନ୍ନ ଶତପଥୀ ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ପୂର୍ବବତ୍ ଚାଲୁ ରହିବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଆଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପାଇଁ ମେ ମାସ ୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ୨୦୨୩ ମସିହାର ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ଉପରେ ମଧ୍ୟ ହାଇକୋର୍ଟ ରହିତାଦେଶ ଜାରି କରିଥିବା ବେଳେ ଏହା ବିଚାରାଧୀନ ରହିଛି । ମାମଲାର ବିବରଣୀ ଅନୁସାରେ,୨୦୨୪ରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଅଧ୍ୟାପକ ନିଯୁକ୍ତିକୁ ଚାଲେଞ୍ଜ କରି ଡ.ଅମୀୟ ରଞ୍ଜନ ବାରିକ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଧ୍ୟାପକ ହେବା ପାଇଁ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତାର ମାନଦଣ୍ଡକୁ ସର୍ଭିସ ସିଲେକ୍ସନ୍ ବୋର୍ଡ ଖୋଲାଖୋଲି ଉଲଙ୍ଘନ କରିଥିବା ନେଇ ସେ ଆବେଦନରେ ଦର୍ଶାଇଛନ୍ତି । ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଉଚ୍ଚଶିକ୍ଷାରେ ଅଧ୍ୟାପକ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକୋତ୍ତର ସହିତ ନାସନାଲ ଏଲିଜିବିଲିଟି ଟେଷ୍ଟରେ ଯୋଗ୍ୟତା ହାସଲ ଅଥବା ପିଏଚ୍‌ଡି ଡିଗ୍ରୀଧାରୀ ହୋଇଥିବା ଆବଶ୍ୟକ । ମାତ୍ର ଏଠାରେ ସେହି ଯୋଗ୍ୟତା ପରିବର୍ତ୍ତେ କେବଳ ସ୍ନାତକ ଡିଗ୍ରୀଧାରୀ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁରେ କୃତକାର୍ଯ୍ୟ ହେବାକୁ ମାନଦଣ୍ଡ କରାଯାଇଛି । ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ମାନ ହ୍ରାସ ପାଇବ । ତେଣୁ ହାଇକୋର୍ଟ ଏହା ଉପରେ ବିଚାର କରି ଉପଯୁକ୍ତ ରାୟ ପ୍ରଦାନ ନିମନ୍ତେ ଆବେଦନକାରୀ ନିବେଦନ କରିଛନ୍ତି । ରାଜ୍ୟ ସରକାର,ସର୍ଭିସ ସିଲେକ୍ସନ ବୋର୍ଡ ଓ ୟୁଜିସିକୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌଭାଗ୍ୟ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking