36.1 C
Bhubaneswar
Thursday, May 2, 2024
Homeଓଡିଶା୨୧ରୁ ବର୍ଷା ହେବାର ସମ୍ଭାବନା; ତାତିରୁ ମିଳିବ ତ୍ରାହି

୨୧ରୁ ବର୍ଷା ହେବାର ସମ୍ଭାବନା; ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର : ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହେଉଥିବା ବେଳେ ଆଶ୍ୱସ୍ତି କର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି,୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହାର ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି।
ସେ ଆହୁରି କହିଛନ୍ତି, ରାଜ୍ୟରେ ୨୦ ତାରିଖ ପର‌୍ୟ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହି ସମୟରେ ଦିନ ତାପମାତ୍ରା ଶିଖର ଛୁଇଁବା ସମ୍ଭାବନା ରହିଛି। କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଆଜିଠୁ ୨୦ ତାରିଖ ପର‌୍ୟ୍ୟନ୍ତ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।  ୨୦ ତାରିଖ ବେଳରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହାର ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି। ବାୟୁ ମଣ୍ଡଳର ଉପରି ଭାଗରେ ନିମ୍ନ ଚାପ ରେଖା ସୃଷ୍ଟି ହେବା ଯୋଗୁ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଟାଣ ଖରା ପାଇଁ ଆଜି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି। ସେହି ସ୍ଥାନ ଗୁଡ଼ିକ ହେଲା ମୟୂରଭଂଜ, ଅନୁଗୋଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ କଟକ। ଏହି ଜିଲ୍ଲାକୁ ସିଭିଅର ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପକ୍ଷରେ ଆଜି ସାଢ଼େ ୮ଟା ସୁଦ୍ଧା ପାରଦ ୩୫ ଡିଗ୍ରୀ ଛୁଇଁଛି। ତାଳଚେର ସବୁଠୁ ଉତ୍ତପ୍ତ ସହ ପାଲଟିଛି। ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ ରେର୍କଡ କରାଯାଇଥିବା ବେଳେ ଭବାନୀପାଟଣା ୩୪.୫ଡିଗ୍ରୀ, ଟିଟିଲାଗଡ଼ ୩୩.୪ଡିଗ୍ରୀ, ଝାରସୁଗୁଡ଼ା ୩୩ ଡିଗ୍ରୀ, ବାରିପଦା ୩୩, ବାଲେଶ୍ୱର ୩୨.୨ ଡିଗ୍ରୀ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking