33.1 C
Bhubaneswar
Sunday, April 28, 2024
Homeଅପରାଧସ୍ୱାମୀ ସାଜିଲା ସୈତାନ; ସ୍ତ୍ରୀ ଓ ୩ ଛୁଆଙ୍କୁ ହାଣିଦେଲା

ସ୍ୱାମୀ ସାଜିଲା ସୈତାନ; ସ୍ତ୍ରୀ ଓ ୩ ଛୁଆଙ୍କୁ ହାଣିଦେଲା

ପାଟନା: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ସାଜିଲା ସୈତାନ । ଛାରଖାର ହୋଇଗଲା ପୁରା ପରିବାର । ଯେଉଁ ହାତରେ ସୁନାର ସଂସାର ଗଢିଥିଲା ସେହି ହାତରେ ପରିବାରକୁ ସତ୍ତା ଲିଭେଇଲା ବାପା । ଦା’ରେ ସ୍ତ୍ରୀ ସହ ୩ ଛୁଆଙ୍କୁ କାଟି ନୃଶଂସ ଭାବେ ହତ୍ୟା କଲା । ଏଭଳି ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି ବିହାରରୁ । ହତ୍ୟାକାଣ୍ଡ ଘଟାଇ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂରା ପରିବାରକୁ ନିର୍ଦ୍ଦୟ ଏବଂ ନିର୍ମମ ଭାବେ ହତ୍ୟା କରିଥିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ପଛରେ ପାରିବାରିକ କଳହ ରହିଥିବା ସନ୍ଦେହ କରିଛି ପୋଲିସ ।

ମୋତିହାରିର ପହାଡ଼ପୁର ଥାନା କ୍ଷେତ୍ରର ବାବରିଆ ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଖବର ପାଇ ଡିସିପି ରଞ୍ଜନ କୁମାରଙ୍କ ସମେତ ଅନ୍ୟ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଫୋରେନସିକ ଟିମ୍‌କୁ ମଧ୍ୟ ଘଟଣାସ୍ଥଳରୁ ଡକାଯାଇଥିବା ସୂଚନା ରହିଛି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପାରିବାରିକ କଳହ ହିଁ ମୂଳ କାଣର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ପୋଲିସ ।

ମୃତ୍ୟୁ ହୋଇଥିବା ୩ ଛୁଆଙ୍କର ବୟସ ୧୦ରୁ ୧୫ ବର୍ଷ ହେବା ନେଇ ସୂଚନା ରହିଛି । ରାତିରେ ଶୋଇଥିବା ବେଳେ ରାକ୍ଷାସ ସ୍ୱାମୀ ସ୍ତ୍ରୀ ସହ ୩ ଛୁଆକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାପରେ ସେ ଘର ଛାଡି ଫେରାର ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପତ୍ନୀକୁ ମଧ୍ୟ ହତ୍ୟା କରି ଜେଲ ଯାଇଥିଲା ଅଭିଯୁକ୍ତ । ସେତେବେଳେ ସାରିଆର ବାସିନ୍ଦା ରହିଥିବା ଅଭିଯୁକ୍ତ । ପ୍ରଥମ ପତ୍ନୀଙ୍କ ହତ୍ୟା ମାମଲାରେ ଜେଲରୁ ମୁକୁଳିବା ପରେ ସେ ସାରିଆ ଗାଁ ଛାଡିଥିଲା । ଏହା ପରେ ସେ ଜମି କିଣି ବାବରିଆରେ ଏକ ଘର ନିର୍ମାଣ କରି ଦ୍ୱିତୀୟ ବିବାହ କରିଥିଲା । ତେବେ ଦ୍ୱିତୀୟ ସ୍ତ୍ରୀକୁ ମଧ୍ୟ ହତ୍ୟା କରି ଫେରାର ହୋଇଯାଇଥିବା କୁହାଯାଇଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking