26.1 C
Bhubaneswar
Wednesday, August 10, 2022
Homeଅପରାଧପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ଜୀବନ ହାରିଲା ପ୍ରେମିକ

ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ଜୀବନ ହାରିଲା ପ୍ରେମିକ

ନୂଆଦିଲ୍ଲୀ: ପ୍ରେମିକାକୁ ତଣ୍ଟି ଚିପି ବିଭତ୍ସ ଭାବେ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁପଡିଲା ୬୮ ବର୍ଷିୟ ବୃଦ୍ଧ ପ୍ରେମିକ । ପ୍ରେମିକା ମୃତଦେହ ଗାରଫର ଫ୍ଲାଟରୁ ଉଦ୍ଧାର କରାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାତାରେ ବୃଦ୍ଧଙ୍କ ମୃତଦେହକୁ ବାଲିଗଞ୍ଜ- ଧାକୁରିଆ ଷ୍ଟେସନ ଟ୍ରେନ୍ ଲାଇନ୍‌ରୁ ଉଦ୍ଧାର କରିଛି ଆର୍‌ପିଏଫ୍ । ମୃତ ମହିଳାଙ୍କ ନାମ ଶାନ୍ତି ସିଂ(୪୫) ଓ ତାଙ୍କ ପ୍ରେମିକଙ୍କ ନାମ ବାବୁଲାଲ ଓରଫ ଗୋବର୍ଦ୍ଧନ ସେଠ(୬୮) ବୋଲି ସୂଚନା ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି । ଛନ୍ଦି ହୋଇଥିବା ରହସ୍ୟମୟ ମାମଲା ଛାନ୍ ଭିନ୍ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ, ବାବୁଲା ବସ୍ ଡ୍ରାଇଭାର ଭାବେ କାମ କରୁଥିଲା ହେଲେ ଏବେ ସେ କୌଣସି କାମ କରୁନଥିଲେ । ବାବୁଲାଲ ବିବାହିତ ହୋଇଥିଲେ ମଧ୍ୟ ପତ୍ନୀ ତାଙ୍କ ସହ ରହୁ ନଥିଲେ । ହେଲେ ଶାନ୍ତି ସିଂଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା କୁହାଯାଉଛି । ଗରଫା ପୁଲିସ ଷ୍ଟେସନ ପରିସରରେ ଥିବା ଏକ ଫ୍ଲାଟରୁ ଶାନ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସ୍ଥାନୀୟ ଲୋକେ ଲାଲବଜାର ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳକୁ ଯାଇ ଫ୍ଲାଟ ଚଟାଣରେ ଶାନ୍ତି ସିଂଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । ତାଙ୍କ ବେକରେ ଏକ ଓଢଣୀ ବନ୍ଧା ଥିଲା । ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ଥିଲା । ଏକ ଘଣ୍ଟା ପରେ ବାଲିଗଞ୍ଜ ଏବଂ ଧାକୁରିଆ ଷ୍ଟେସନ ମଝିରେ ବାବୁଲାଲଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଅଧିକାରୀମାନେ ଅନୁମାନ କରିଛନ୍ତି ଯେ, ଶାନ୍ତି ସିଂ ସେଦିନ ବାବୁଲାଲଙ୍କୁ ଭେଟିବା ପାଇଁ ଗାରଫର ଫ୍ଲାଟକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ବାବୁଲାଲ ତାଙ୍କ ପ୍ରେମିକାକୁ ହତ୍ୟା କରିଥିଲେ । ସେହି ଅନୁତାପରେ ସେ ନିଜେ ଟ୍ରେନ ସମ୍ମୁଖକୁ ଡେଇଁପଡିଥିବା ପୁଲିସ ଅନୁମାନ କରୁଛି । ବିଶ୍ୱାସ କରାଯାଏ ଯେ, ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କ୍ୟାନିଙ୍ଗ ଲାକାଲ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଶାନ୍ତି ସିଂଙ୍କ ଭଉଣୀ ମୁନି କହିଛନ୍ତି ଯେ, ବାବୁଲାଲ ତାଙ୍କୁ ଫୋନ କରିଥିଲେ । ସେ ଶାନ୍ତିଙ୍କୁ ହତ୍ୟା କରିଛନ୍ତି । ଦୁଇଟି ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଘଟଣା ପଛରେ କଣ ରହସ୍ୟ ତାହା ପୁଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking