32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶତୀବ୍ର ହେଉଛି ବାତ୍ୟା, କେରଳରେ ପ୍ରବଳ ବର୍ଷା ଜାରି

ତୀବ୍ର ହେଉଛି ବାତ୍ୟା, କେରଳରେ ପ୍ରବଳ ବର୍ଷା ଜାରି

କେରଳ : ଆରବ ସାଗରରେ ସୃଷ୍ଟ ଲଘୁଚାପ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି। ଆଜି ସକାଳେ ଏହା ଗଭୀର ଅବପାତରେ ପରିଣତ ହୋଇଛି। କ୍ରମଶଃ ଏହା ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ପରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେବ। ବାତ୍ୟାର ନାମ ରଖାଯାଇଛି ‘ତୌକାତେ’। ବାତ୍ୟା ସ୍ଥଳଭାଗ ଛୁଇଁଲେ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି। ଘଣ୍ଟାପ୍ରତି ୧୫୦ ରୁ ୧୭୫ କିଲୋମିଟର ବେଗରେ ପବନ ବହିବାର ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ କେରଳରେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ପ୍ରାୟ ୨୦ ସେଣ୍ଟିମିଟର ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି। ଗଭୀର ଅବପାତ ସମୁଦ୍ରରେ ବାତ୍ୟା ରୂପ ନେବା ପରେ ଗୁଜରାଟ ଏବଂ ପାକିସ୍ତାନ ଉପକୂଳ ଆଡ଼କୁ ମୁହାଁଇବ ପୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭାଗ ପକ୍ଷରୁ ଚେତାବନୀ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବେ। ଏ ନେଇ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking