37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶହସ୍ପିଟାଲ ୱାର୍ଡରେ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କଲେ କୋଭିଡ୍ ସଂକ୍ରମିତ

ହସ୍ପିଟାଲ ୱାର୍ଡରେ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କଲେ କୋଭିଡ୍ ସଂକ୍ରମିତ

କର୍ଣ୍ଣାଟକ : ଦେଶରେ କୋଭିଡ୍ ମହାମାରୀର କହର ଜାରି ରହିଥିବା ବେଳେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ଗୋଟେ ପଟେ ଭାଇରସ୍ କବଳରୁ ମୁକ୍ତ ହେବା ପାଇଁ ଲୋକେ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ମାନସିକ ଚିନ୍ତାରେ ରହି ଲୋକେ ଜୀବନ ହାରୁଛନ୍ତି। ଏଭଳି ଏକ ଖବର ଆସିଛି କର୍ଣ୍ଣାଟକର ହାବେରୀ ଜିଲ୍ଲାରେ ଥିବା ଏକ ହସ୍ପିଟାଲରୁ । ସେଠାରେ ଜଣେ ୭୦ ବର୍ଷିୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମାନସିକ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ମେ ୩ରେ ରାନବେନ୍ନୁରୁ ଅଞ୍ଚଳର ଲମାନୀ ଜନଜାତିର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇ ସେଠାକାର ଏକ ସ୍ଥାନୀୟ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ।  ହେଲେ ତାଙ୍କ ଅବସ୍ଥା ଖରାପ ହେବାରୁ ମେ ୫ରେ ତାଙ୍କୁ ହାବେରୀ ଜିଲ୍ଲାରେ ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ।

ଶୁକ୍ରବାର ସେ ଉକ୍ତ ହସ୍ପିଟାଲର ଏକ ୱାର୍ଡରେ ଆତ୍ମହତ୍ୟା କରିଛନ୍ତି । ଏନେଇ ପୋଲିସ୍ ସୁଚନା ଦେଇଛି । ଅନ୍ୟପଟେ ସେହି ୱାର୍ଡରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ ଏହି ସମୟର ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି । ସେଥିରେ ଦେଖିବାକୁ ମିଳିଛି ଯେ, ତାଙ୍କୁ ରଖାଯାଇଥିବା ୱାର୍ଡର ସମସ୍ତ ରୋଗୀ ଯେତେବେଳେ ଶୋଇପଡିଲେ ସେତେବେଳେ ଉକ୍ତ ବ୍ୟକ୍ତି ଜଣକ ନିଜ ଜୀବନର ଚରମ ନିଷ୍ପତି ନେଇଥିଲେ । ଆଉ ୱାର୍ଡର ଏକ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ । ଏହାପରେ ଝୁଲନ୍ତା ଅବସ୍ଥାରେ ପୋଲିସ୍ ତାଙ୍କୁ ଉଦ୍ଧାର କରିଥିଲା । ତେବେ ଖାଲି ଏହି ଘଟଣା ନୁହେଁ ଏହିପରି ଅନେକ ଘଟଣା କରୋନା ସମୟରେ ସାମନାକୁ ଆସିଛି । ନିକଟରେ ମଧ୍ୟପ୍ରଦେଶର ଜଣେ ୫୦ ବର୍ଷିୟ ବ୍ୟକ୍ତି କୋଭିଡ୍ ସଂକ୍ରମିତ ହୋଇ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୬ ମହଲା ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking