28.1 C
Bhubaneswar
Wednesday, April 29, 2026
Homeଓଡିଶାଆଗାମୀ ରଥଯାତ୍ରା ପାଇଁ ପାଗ ଭିଡ଼ିଲା ସ୍ଵାସ୍ଥ୍ୟ ବିଭାଗ; ନବଯୌବନ ଦର୍ଶନ ଠାରୁ ନୀଳାଦ୍ରୀ ବିଜେ...

ଆଗାମୀ ରଥଯାତ୍ରା ପାଇଁ ପାଗ ଭିଡ଼ିଲା ସ୍ଵାସ୍ଥ୍ୟ ବିଭାଗ; ନବଯୌବନ ଦର୍ଶନ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିରନ୍ତର ସ୍ବାସ୍ଥ୍ୟସେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କର ଚଳିତ ବର୍ଷର ଥଯାତ୍ରାରେ ନିରନ୍ତର ସ୍ବାସ୍ଥ୍ୟସେବା ନିଶ୍ଚିତ କରାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ବିଭାଗୀୟ ଶାସନ ସଚିବ ଅଶ୍ଵତୀ ଏସ.ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସଭା ଗୃହଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରାକ୍-ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀ  କାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ ଶ୍ରୀମତୀ ଅଶ୍ଵତୀ ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସବୁ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟତଃ ପୁରୀ ଜିଲ୍ଲା ସ୍ଥିତ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ଦୃଢ଼ୀକରଣ,ଆବଶ୍ୟକୀୟ ସଂଖ୍ୟକ ଫାଷ୍ଟ୍-ଏଡ୍କେନ୍ଦ୍ର ସ୍ଥାପନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ପୁରୀରେ ଅଧିକ ବିଶେଷଜ୍ଞ, ଡାକ୍ତର, ନର୍ସିଂ ଅଫିସର ଓ ପରାମେଡିକ୍ସ ନିୟୋଜନ, ଖାଦ୍ୟ ନିରାପତ୍ତା, କୌଣସି ପ୍ରକାର ସମ୍ଭାବ୍ୟ ସଂକ୍ରାମକ ରୋଗର ମୁକାବିଲା ଓ ନିୟନ୍ତ୍ରଣ,ଜନସ୍ବାସ୍ଥ୍ୟ ଓ ସାଧାରଣ ସଚେତନତା କାର୍ଯ୍ୟ ଆଦି ବିଷୟରେ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇ ଥିଲା ।

ନବ ଯୌବନ ଦର୍ଶନ (୨୬ ଜୁନ୍) ରୁନୀଳାଦ୍ରୀ ବିଜେ(୮ ଜୁଲାଇ) ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେ.ଡି.ଏମ୍.ଏମ୍ପୌରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ହସ୍ପିଟାଲ, ସାକ୍ଷୀ ଗୋପାଳ, ମଙ୍ଗଳପୁର, ପିପିଲି ଷ୍ଟେସନ ରୋଡ, ରେବୁଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର, ଟି.ବି.ଆଇ.ଡି.ଏଚ୍ହସ୍ପିଟାଲ, ଜଗନ୍ନାଥ ମେଡିକାଲ କଲେଜରେ ଅଧିକ ସଂଖ୍ୟକ ବେଡ୍, ଚିକିତ୍ସା ସୁବିଧା ଏବଂ ଔଷଧ ଆଦିର ବ୍ୟବସ୍ଥା କରିବା ପାଇଁ ସ୍ଥିର ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking