35.1 C
Bhubaneswar
Tuesday, May 21, 2024
Homeଅପରାଧପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ

ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ

ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ। କାଠ ଫାଳିଆରେ ପିଟିପିଟି ଯୁବକଙ୍କୁ ନିର୍ମମ ହତ୍ୟା । ଜମିବାଡ଼ି ବିବାଦକୁ ନେଇ ବ୍ୟକ୍ତିଙ୍କୁ ପିଟିପିଟି ନିର୍ମ ହତ୍ୟା କଲେ ପଡୋଶୀ । ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ହରିପୁର ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୪ଜଣଙ୍କୁ ଗିରଫ କରିଛି ଓ ୨ଜଣ ଫେରାର ରହିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ସେହି ଗାଁରେ ବାରମ୍ବାର ଗଣ୍ଡଗୋଳ କରୁଥିବାରୁ ତାଙ୍କ ସ୍ତ୍ରୀ ଓ ପିଲା ବହୁ ପୁର୍ବରୁ ତାଙ୍କୁ ଛାଡି ଅନ୍ୟତ୍ର ରହୁଛନ୍ତି । ତେବେ କୌଣସି କାରଣକୁ ନେଇ କୃଷ୍ଣଚନ୍ଦ୍ର ଓ ତାଙ୍କ ପଡୋଶୀ ନିତେଇ ମାଝୀଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଗଣ୍ଡଗୋଳ ଉଗ୍ର ରୁପ ଧାରଣ କରିଥିଲା । ନିତେଇ ମାଝୀଙ୍କ ୩ ପୁଅ ଧରମା, ସୁମନ୍ତ ଓ ରବିନ୍ଦ୍ର ଉତ୍ୟକ୍ତ ହୋଇ କୃଷ୍ଣଚନ୍ଦ୍ରଙ୍କୁ କାଠ ଫାଳିଆରେ ମାଡ ମାରିଥିଲେ ।

ଫଳରେ କୃଷ୍ଣଚନ୍ଦ୍ର ମାଝୀ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନସ ଯୋଗେ ଗୁରୁତର କୃଷ୍ଣଚନ୍ଦ୍ରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking