24.1 C
Bhubaneswar
Saturday, October 26, 2024
Homeଖେଳହସରଙ୍ଗା ଦୁଇଟି ଟେଷ୍ଟ୍‌୍ରୁ ବ୍ୟାନ୍

ହସରଙ୍ଗା ଦୁଇଟି ଟେଷ୍ଟ୍‌୍ରୁ ବ୍ୟାନ୍

ଦୁବାଇ: ଶ୍ରୀଲଙ୍କାର ଷ୍ଟାର୍ ଅଲ୍‌ରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ଆଇସିସି ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରୁ ବାସନ୍ଦ କରିଛି । ଫଳରେ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ସେ ଖେଳିପାରିବେ ନାହିଁ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଅମ୍ପାୟାର୍‌ଙ୍କ ନିଷ୍ପତ୍ତିରେ ଅସହମତି ଦେଖାଇବାରୁ ହସରଙ୍ଗାଙ୍କୁ ୫୦% ମ୍ୟାଚ୍ ଫି’ ଜୋରିମାନା ସହିତ ତିନିଟି ଡିମେରିଟ୍ ପଏଣ୍ଟ୍ ମିଳିଥିଲା । ଏହାକୁ ମିଶାଇ ୨୪ ମାସ ମଧ୍ୟରେ ତାଙ୍କର ମୋଟ ଡିମେରିଟ୍ ପଏଣ୍ଟ୍ ୮ ହୋଇଥିବାରୁ ଏହା ୪ ନିଲମ୍ବନ ପଏଣ୍ଟ୍‌ରେ ବଦଳିଯାଇଛି ଏବଂ ତାଙ୍କୁ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରୁ ବ୍ୟାନ୍ କରାଯାଇଛି । ଟେଷ୍ଟ୍ ଅବସରରୁ ପ୍ରତ୍ୟାବର୍ତ୍ତନ କରିଥିବା ଲେଗ୍ ସ୍ପିନର୍ ହସରଙ୍ଗାଙ୍କୁ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ୧୭ ଜଣିଆ ଶ୍ରୀଲଙ୍କା ସ୍କ୍ୱାଡ୍‌ରେ ସାମିଲ କରାଯାଇଥିଲା ।

ସିରିଜ୍‌ର ପ୍ରଥମ ଟେଷ୍ଟ୍ ମାର୍ଚ୍ଚ ୨୨ରୁ ସିଲ୍‌ହଟରେ ଏବଂ ଦ୍ୱିତୀୟ ଟେଷ୍ଟ୍ ମାର୍ଚ୍ଚ ୩୦ରୁ ଚଟ୍ଟୋଗ୍ରାମରେ ଖେଳାଯିବ । ଯଦି ହସରଙ୍ଗା ଶ୍ରୀଲଙ୍କା-ବାଂଲାଦେଶ ସିରିଜ୍‌ରେ ନଖେଳନ୍ତି, ତେବେ ଆଇପିଏଲ୍‌ରେ ନିଜ ଟିମ୍ ସନ୍‌ରାଇଜର୍ସ ହାଇଦ୍ରାବାଦରେ ଯୋଗଦେବାର ସମ୍ଭାବନା ରହିଛି । ହାଇଦ୍ରାବାଦ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୩, ୨୭, ୩୧ ଏବଂ ଏପ୍ରିଲ୍ ୫ରେ ମ୍ୟାଚ୍ ଖେଳିବ । ଆଶା କରାଯାଉଛି ହସରଙ୍ଗା ଚତୁର୍ଥ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking