28.1 C
Bhubaneswar
Tuesday, April 28, 2026
Homeଓଡିଶାକାଂସ୍ଯ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ

କାଂସ୍ଯ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ

ଭୁବନେଶ୍ୱର: ଜର୍ମାନୀରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ଼ ୟୁନିଭରସିଟି ଗେମ୍ସ-୨୦୨୫ରେ କାଂସ୍ଯ ପଦକ ଜିତିଥିବା ପୁରୁଷ ୪x୧୦୦ ରିଲେ ଟିମ୍‌ର ସଦସ୍ଯ ଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ ଏବଂ ଡିଏମ୍ ଜୟରାମଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ୱାର୍ଲଡ଼ ୟୁନିଭରସିଟି ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କର ଚମତ୍କାର ପ୍ରଦର୍ଶନ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ହକି ପ୍ରମୋସନ କାଉନସିଲ, ଓଡ଼ିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking