32.1 C
Bhubaneswar
Thursday, May 2, 2024
Homeକରୋନାଗୁରମିତ ରାମ ରହିମ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

ଗୁରମିତ ରାମ ରହିମ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଦୁଷ୍କର୍ମ ମାମଲାରେ ଦଣ୍ଡିତ ହୋଇ ୨୦ ବର୍ଷ ପାଇଁ ସଜା କାଟୁଥିବା ଡେରା ସଚାର ମୁଖ୍ୟ ଗୁରମିତ ରାମ ରହିମ୍ କରୋନା ସଂକ୍ରମିତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାମ ରହିମ୍ ୨୦୧୭ ମସିହା ଅଗଷ୍ଟ ମାସରେ ନିଜର ଦୁଇ ଶିଷ୍ୟଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଭୋଗୁଛନ୍ତି। ଗତ ମାସରେ ଲୋ ବ୍ଲଡ ପ୍ରେସରର ଶିକାର ହେବା ପରେ ରାମ ରହିମଙ୍କୁ ପିଜିଏମ୍ଆଇଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ହସ୍ପିଟାଲରେ କୋଭିଡ-୧୯ ଟେଷ୍ଟ କରିବାକୁ ମନା କରିଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ରାମ ରହିମ୍ ନିଜ ରୋଗାକ୍ରାନ୍ତ ମା’ଙ୍କୁ ସାକ୍ଷାତ କରିବା ପାଇଁ ପାରୋଲ ମାଗିଥିଲେ। ସେ ଏଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି କାଗଜପତ୍ର ବି ଦାଖଲ କରିଥିଲେ। ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ରାମ ରହିମ୍ ୨୧ ଦିନ ପାଇଁ ପାରୋଲ ମାଗିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking