27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପାକ୍ ସୀମାରୁ ବନ୍ଧୁକ, ବିସ୍ଫୋରକ ଜବତ

ପାକ୍ ସୀମାରୁ ବନ୍ଧୁକ, ବିସ୍ଫୋରକ ଜବତ

ଜମ୍ମୁ : ଜମ୍ମୁ-କଶ୍ମୀର ପୁଲିସ ଓ ବିଏସଏଫ୍ ଯବାନମାନେ ଗୁରୁବାର ଅଖ୍‌ନୁର ସେକ୍ଟରସ୍ଥିତ ପାକ୍ ସଂଲଗ୍ନ ନିୟନ୍ତ୍ରଣ ରେଖା ନିକଟରୁ ବିପୁଳ ପରିମାଶର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ଜବତ କରିଛନ୍ତି । ଗୁରୁବାର ସକାଳେ ସୀମାରେ ପାଟ୍ରୋଲିଂ କରୁଥିବାବେଳେ ଏକ ବାକ୍ସ ସେମାନଙ୍କ ନଜରକୁ ଆସିଥିଲା । ସନ୍ଦେହ ହେବାକୁ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା । ସେମାନେ ବାକ୍ସ ମଧ୍ୟରୁ ଗୋଟିଏ ପିସ୍ତଲ, ୨ଟି ମ୍ୟାଗାଜିନ, ୩୮ ରାଉଣ୍ଡ ଗୁଳି, ୯ଟି ଗ୍ରେନେଡ ଓ ଆଇଇଡି ଉଦ୍ଧାର କରିଛନ୍ତି । ଆତଙ୍କବାଦୀଙ୍କ ବ୍ୟବହାର ନିମନ୍ତେ ପାକିସ୍ତାନ ପଟୁ ଏହି ବାକ୍ସକୁ ଡ୍ରୋନ୍ ସାହାଯ୍ୟରେ ଏଲଓସି ନିକଟରେ ପକାଯାଇଥିବା ଅନୁମାନ କରାଯାଉଛି । ନିକଟସ୍ଥ ଥାନାରେ ଏ ପ୍ରସଙ୍ଗରେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking