29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶରେଡିମେଡ୍ ଚାହା ଆଣୁଛି କୋକାକୋଲା

ରେଡିମେଡ୍ ଚାହା ଆଣୁଛି କୋକାକୋଲା

କୋଲକାତା: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମୃଦୁ ପାନୀୟ କମ୍ପାନୀ କୋକାକୋଲା ଭାରତରେ ପ୍ରଥମ ଥର ପାଇଁ ରେଡିମେଡ୍ ଚାହା (ଟି) ବିକ୍ରି ଆରମ୍ଭ କରିଛି । ‘ଅନେଷ୍ଟ ଟି’ ନାମରେ ଏହି ଚାହା ମାର୍କେଟରେ ପ୍ରଚଳନ କରାଯାଇଥିବାବେଳେ କୋକାକୋଲାର ଏକ ଅଂଶୀଦାର କମ୍ପାନୀ ‘ଅନେଷ୍ଟ’ ନିକଟରେ ଏହି ବ୍ରାଣ୍ଡ୍‌ର ସତ୍ତ୍ୱାଧିକାର ରହିଛି । କୋଲକାତାସ୍ଥିତ ଲକ୍ଷ୍ମୀ ଟି କମ୍ପାନୀ ପ୍ରାଇଭେଟ୍ ମାଲିକାନାରେ ପରିଚାଳିତ ମକାଇବାଡି ଟି ଇଷ୍ଟେଟ୍ ତରଫରୁ କୋକାକୋଲାକୁ ଉନ୍ନତ ମାନର ଗ୍ରୀନ୍ ଅର୍ଗାନିକ୍ ଟି ଯୋଗାଇ ଦିଆଯାଉଥିବା ଜଣାପଡିଛି । ଗ୍ରାହକମାନେ ସିଧାସଳଖ ଦୋକାନରୁ ଏହି ବ୍ରାଣ୍ଡ୍ ଚାହା ମଗାଇ ପିଇପାରିବେ । ଏହି ଚାହାରେ ଲେମ୍ବୁ-ତୁଳସୀ ଏବଂ ଆମ୍ବ ଭାରିଆଣ୍ଟର ସ୍ୱାଦ ଚାଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking