34.1 C
Bhubaneswar
Thursday, April 25, 2024
Homeଓଡିଶାଗୁଡ଼ାରୀ ବ୍ଲକ୍ ଗସ୍ତ କଲେ ଗୁଣପୁର ଉପଜିଲ୍ଲାପାଳ

ଗୁଡ଼ାରୀ ବ୍ଲକ୍ ଗସ୍ତ କଲେ ଗୁଣପୁର ଉପଜିଲ୍ଲାପାଳ

ଗୁଣପୁର: ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଆଇଏଏସ ମଙ୍ଗଳବାର ଦିନ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ଗସ୍ତ କରି ବିଭିନ୍ନ ଅପହଞ୍ଚ ଅଞ୍ଚଳ ଚାଲିଚାଲି ଯାଇ ଲୋକଙ୍କ ସମସ୍ୟା ବିଷୟରେ ବୁଝିଥିଲେ । ଗୁଡ଼ାରୀ ବ୍ଲକ୍ ର ମଧୁବନ,ପେଣ୍ଡିଲି, କର୍ଲଘଟି ଗ୍ରାମ ପଞ୍ଚୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ସେହିପରି ଶିକ୍ଷା ,ସ୍ବାସ୍ଥ୍ୟ, ରାସ୍ତାଘାଟ,ପାନୀୟଜଳ,ବିଜୁଳି, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା,ପି ଡି ଏସ ଚାଉଳ,ଡାଲି, କିରୋସିନ , ଭତ୍ତା ଠିକ୍ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ,ଶିକ୍ଷକ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ପିଲାମାନେ ସ୍କୁଲ୍ ଯାଉଛନ୍ତି ନା ନାହିଁ ପଚାରି ବୁଝିଥିଲେ । ଜୀମାରାଉ, ନାଉଳି, ଉଡରୁ, ଡି ପେଣ୍ଡିଲୀ ଭଳି ଅପହଞ୍ଚ ଅଞ୍ଚଳକୁ ଗସ୍ତ କରିଥିଲେ । ସ୍ଥାନୀୟ ଲୋକ ମାନେ ସରକାରୀ ସୁବିଧା ସୁଯୋଗରୁ ଯେପରି ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ online casino । ଉପଜିଲ୍ଲାପାଳ ଙ୍କ ସହ ଗୁଡ଼ାରୀ ତହସିଲଦାର ଭାରତୀ ଦେବୀ,ବି ଡି ଓ ଶ୍ରୀ ନୃସିଂହ ଚରଣ ସେଠୀ,ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking