28.1 C
Bhubaneswar
Thursday, May 2, 2024
Homeଓଡିଶାସହାୟତାର ହାତ ବଢ଼ାଇଲେ ବର୍ଷିଆନ ସମାଜସେବୀଙ୍କ ସହିତ ବରିଷ୍ଠ ସାମ୍ବାଦିକ

ସହାୟତାର ହାତ ବଢ଼ାଇଲେ ବର୍ଷିଆନ ସମାଜସେବୀଙ୍କ ସହିତ ବରିଷ୍ଠ ସାମ୍ବାଦିକ

ନୟାଗଡ: ନୟାଗଡ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମର ୨ ଜଣ ଗରିବ ଶ୍ରେଣୀର ଲୋକଙ୍କ ଘର ବର୍ଷାରେ ଭୁଷୁଡ଼ି ପଡିଲା । ଏହି ଖବର ଫେସବୁକ ବୁକରେ ପ୍ରସାରିତ ହେଉଥିବା ଦେଖିବାକୁ ପାଇଲେ ବର୍ଷିଆନ ସମାଜସେବୀ ଦାମ ସାର ଏବଂ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରାମକୃଷ୍ଣ ରଥ । ସାମ୍ବାଦିକ ଶ୍ରୀଯୁକ୍ତ ରଥ ଏହାର ସତ୍ୟାସତ୍ୟ ଉନ୍ମୋଚନ କରି ଜାଣିଲେ ଯେ ଘଟଣାଟିରେ ସତ୍ୟତା ରହିଛି । ସଂଗେ ସଂଗେ ସହଯୋଗର ହାତ ବଢ଼ାଇଲେ ଭାଗବତ ପ୍ରେମୀ ଦାମ ସାର ଆଉ ସାଥିରେ ରହିଲେ ବରିଷ୍ଠ ସାମ୍ବାଦିକ । ତତକ୍ଷଣାତ ଗୋଟିଏ ସ୍କୁଟିରେ କିଛି ପରିବା ସହ ଚାଉଳ ଧରି ଉଭୟ ନଡ଼ିଆଳି ଗ୍ରାମ ଅଭିମୁଖେ ଯାତ୍ରା କରି ଉକ୍ତ ଲୋକ ଦ୍ବୟଙ୍କୁ ପ୍ରଦାନ କରିବାସହ ସେମାନଙ୍କୁ ଆଶ୍ୱାସନା ଦେଇ ଫେରିଥିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଧରିଛି । ତେବେ ଦାମ ସାରଙ୍କ ସହ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଏଭଳି ଜନ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking