ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ଦାବୀ

ଯାଜପୁର : ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ଜିଲ୍ଲାରେ ନିଯୁକ୍ତି ଦେବାକୁ ଦାବୀ । ସ୍ଥାୟୀ ନିଯୁକ୍ତି ଦାବୀନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଯାଜପୁର ରସୁଲପୁର ବ୍ଳକ ପ୍ରଥମାଖଣ୍ଡି ପଚାଂୟତର ଦାଦନ ଶ୍ରମିକ । ୨୦୦୬ ମସିହାରେ ତାମିଲନାଡ଼ୁର ସୋଲୁମ ଜିଲାରେ ଏକ ଘରୋଇ ସୁତାମିଲରେ ପ୍ରଥମାଖଣ୍ଡି ଅଚଂଳର ୧୩ ଜଣ ଯୁବକ କାର୍ଯ୍ୟ କରୁଥିଲେ । ସୁତାମିଲର ମାଲିକ ସେମାନଙ୍କୁ ବିନା ଦରମା ସହ ନିର୍ଯାତନା ଦେଇ କାମ କରାଉଥିବା ବେଳେ ସେଠାକାର ଲେବର କମିସନର ଆଶ୍ରୟ ନେଇଥିଲେ ଯୁବକ ମାନେ । ଖବରପାଇ ସେମାନଙ୍କୁ ସେଠାରୁ ଉଦ୍ଧାରକରି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ  ଫେରାଇ ଅଣାଯାଇ  ଜିଲ୍ଲା ରେ କାମ ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ହେଲେ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ କାମ ମିଳୁ ନଥିବାରୁ ସେମାନେ ପରିବାର ଚଳାଇବାକୁ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଜିଲ୍ଲାରେ କାର‌୍ୟ୍ୟରତ ଶିଳ୍ପାନୁଷ୍ଠାନ ରେ ସେମାନଙ୍କୁ ନିଯୁକ୍ତି ଦେବାକୁ  ଜିଲ୍ଲା ପ୍ରଶାସନ  ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here