35.1 C
Bhubaneswar
Wednesday, April 23, 2025
Homeଓଡିଶାକଟକରେ ବନ୍ଧୁକ କାରଖାନା ଠାବ: ୪ ଗିରଫ

କଟକରେ ବନ୍ଧୁକ କାରଖାନା ଠାବ: ୪ ଗିରଫ

କଟକ: କଟକରେ ଠାବ ବନ୍ଧୁକ କାରଖାନାକୁ ନେଇ ଏସଟିଏଫ୍‌ର ସାମ୍ବାଦିକ ସମ୍ମିଳନୀ । ଘଟଣାରେ ଘର ମାଲିକ ସରୋଜ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଦେଇଛନ୍ତି ଡିଆଇଜି ପିନାକ ମିଶ୍ର । ସୂଚନା ମୁତାବକ, ସରୋଜ ଅନ୍ୟ ୪ ଅଭିଯୁକ୍ତଙ୍କୁ କଞ୍ଚାମାଲ ଯୋଗାଉଥିଲେ । ୪ ଅଭିଯୁକ୍ତ ବାହାର ରାଜ୍ୟର । ଏମାନେ ବନ୍ଧୁକ ତିଆରି କରି ବିଭିନ୍ନ ସ୍ଥାନକୁ କରୁଥିଲେ ସପ୍ଲାଏ । ଗତକାଲି କଟକ ବୟାଳିଶି ମୌଜାରୁ ବେଆଇନ ବନ୍ଧୁକ କାରଖାନା ଠାବ କରିଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ ହୋଇଥିଲା । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା। ସରୋଜ ଚନ୍ଦ୍ର ବେହେରାଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ଗତକାଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଘଟଣାସ୍ଥଳରେ ଚଢାଉ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking