33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧,୩୦,୧୨୭ କୋଟି

ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧,୩୦,୧୨୭ କୋଟି

ନୂଆଦିଲ୍ଲୀ : ଜିଏସ୍ଟି ସଂଗ୍ରହରେ ଉତ୍ସବର ରୁତୁରେ ଚାହିଦା ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳୁଛି । ଲୋକମାନେ ପାର୍ବଣ ଋତୁରେ ଜବରଦସ୍ତ ସପିଂ କରୁଛନ୍ତି, ଫଳସ୍ୱରୂପ ଅକ୍ଟୋବର ମାସରେ ଏକ ରେକର୍ଡ ଜିଏସ୍ଟି ସଂଗ୍ରହ ହୋଇଛି । ଅକ୍ଟୋବର ମାସରେ ଜିଏସ୍ଟି (ଦ୍ରବ୍ୟ ଏବଂ ସେବା କର) ସଂଗ୍ରହ 1,30,127 କୋଟି ହୋଇଛି । ଯେଉଁଥିରେ CGST ସଂଗ୍ରହ 23,861 କୋଟି, HGST ସଂଗ୍ରହ ହେଉଛି 30,421 କୋଟି ଟଙ୍କା । ଅକ୍ଟୋବର ମାସରେ IGST ସଂଗ୍ରହ 67,361 କୋଟି ଟଙ୍କା (ଯେଉଁଥିରେ 32,998 କୋଟି ଟଙ୍କା ଆମଦାନୀ ଉପରେ) ଏବଂ 8484 କୋଟି ଟଙ୍କା ସେସ ଭାବରେ ସଂଗ୍ରହ କରାଯାଇଛି ।

ଜିଏସ୍ଟି ଲାଗୁ ହେବା ପରଠାରୁ ଏହା ଜିଏସ୍ଟି ସଂଗ୍ରହର ଦ୍ୱିତୀୟ ସର୍ବାଧିକ ରେକର୍ଡ । ଏପ୍ରିଲ୍ 2021 ରେ ସର୍ବାଧିକ ଜିଏସ୍ଟି ସଂଗ୍ରହ ଦେଖାଯାଇଥିଲା, ତା’ପରେ 1.41,384 କୋଟି ଜିଏସ୍ଟି ସଂଗ୍ରହ ଦେଖାଯାଇଥିଲା । ଏଥି ସହିତ, ଗତ ଅକ୍ଟୋବର, 2020 ତୁଳନାରେ ଏହି ଅକ୍ଟୋବର, 2021 ରେ 24 ପ୍ରତିଶତ ଅଧିକ ସଂଗ୍ରହ ଦେଖିବାକୁ ମିଳିଛି ଏବଂ 2019-20 ରେ ଏହା ଅକ୍ଟୋବର ମାସ ତୁଳନାରେ 36% ଅଧିକ ଅଟେ। ଅକ୍ଟୋବର ମାସରେ, ସାମଗ୍ରୀ ଆମଦାନୀରୁ ଆୟ 39% ଅଧିକ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking