ଭୁବନେଶ୍ୱର: ପିସିସି ସଭାପତି ଦିନିକିଆ ଗସ୍ତରେ ଆଜି ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ଯାଇ ଉତ୍କେଲା ବିମାନ ବନ୍ଦରରେ ଓଲ୍ହାଇ ସିଧାସଳଖ କଳାହାଣ୍ଡି ଜିଲ୍ଲାର ଏମ ରାମପୁର ବ୍ଲକର ଗୌଡ଼ କର୍ଲାଖୁଣ୍ଟା ଗ୍ରାମକୁ ପହଞ୍ଚିଥିଲେ l ସୂଚନାଯୋଗ୍ୟ, ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ ପାଇଖାନା ଟାଙ୍କିରେ ଛଅ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସ୍ୱାଶରୁଦ୍ଧ ହୋଇ ମୃତ୍ୟବରଣ କରିଥିଲେ ଏବଂ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ ଚିକିତ୍ସିତ ଅଛନ୍ତି l ପିସିସି ସଭାପତି ଶ୍ରୀ ଦାସ ମୃତ ଶ୍ରମିକ ମାନଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ଜଣାଇବା ସହ ଆହତ ହୋଇଥିବା ଶ୍ରମିକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ l ଏହା ସହ ପ୍ରତ୍ୟେକ ମୃତକ ପରିବାରକୁ 10 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ l ଭବିଷ୍ୟତରେ ଏଭଳି ଦୁର୍ଘଟଣା ଏଡାଇବା ପାଇଁ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ଅଛି ଏବଂ ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପ୍ରକାଶ କରିଥିଲେ l










