ଭୁବନେଶ୍ୱର : ଭୁବନେଶ୍ୱରରେ ଓଡିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ଲୋୟର ପିଏମ୍ଜି ଗାନ୍ଧୀମାର୍ଗ ଛକରେ ୧୦ ଦଫା ଦାବି ନେଇ ଏକାଠି ହୋଇଛନ୍ତି ନର୍ସିଂ ଅଫିସର୍ । ଅଧିକ୍ଷକ ପଦବୀ ଓ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦାବିରେ ବିକ୍ଷୋଭ କରାଯାଇଛି । ଆସନ୍ତା ୨୭ ତାରିଖରେ ସମୂହ ଛୁଟିରେ ଯିବାକୁ ଓ ହସ୍ପିଟାଲରେ ତାଲା ଝୁଲାଇବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ୨୭ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ଦେଲେ ମହଲତ ।










