30.1 C
Bhubaneswar
Tuesday, May 5, 2026
Homeଓଡିଶାଫୁଲ ତୋଳିବାକୁ ଯାଇ ବ୍ୟକ୍ତିଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ଫୁଲ ତୋଳିବାକୁ ଯାଇ ବ୍ୟକ୍ତିଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ଟାଙ୍ଗୀ: ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଇଚୁଆଁ ନିକଟରେ ଫୁଲ ତୋଳିବାକୁ ଆସି ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଉଚ୍ଚପଦା ପଞ୍ଚାୟତ ବଇଚୁଆଁ ଗ୍ରାମର ପ୍ରସନ୍ନ କୁମାର ଷଡଙ୍ଗୀ(୫୦) ବୋଲି ଜଣାପଡିଛି। ସୂଚନା ମୁତାବକ ପ୍ରସନ୍ନ ସୋମବାର ଭୋର ସମୟରେ ଘରୁ ଫୁଲ ତୋଳିବାକୁ ଆସି ଆଉ ଫେରି ନଥିଲେ। ହେଲେ ରାଜପଥ ଠାରୁ ୨୦ମି ଦୂରତା ଥିବା ଗଛନିକଟସ୍ଥ ଖାଲରେ ପଡ଼ିରହିଥିଲେ। ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିବା ସହ ଗଛରେ ରକ୍ତଛିଟା ଲାଗିଥିଲା। ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ପ୍ରସନ୍ନଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ରାଜପଥ ପୁଲିସ ପହଞ୍ଚି ରାଜପଥ ଆମ୍ବୁଲାନ୍ସ ଡକାଇଥିଲା। ହେଲେ ରାଜପଥରୁ ୨୦ମିଟର ଦୂରତାରେ ମୃତଦେହ ପଡିରହିଥିବାରୁ ରାଜପଥ ଆମ୍ବୁଲାନ୍ସ ମୃତଦେହ ନ ନେଇ ସେଠାରୁ ଚାଲିଯାଇଥିଲା। ପରେ ରାଜପଥ ପୁଲିସ ୧୦୮ ଆମ୍ବୁଲାନ୍ସ ଡକାଇ ମୃତଦେହକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡ଼ିକାଲକୁ ପଠାଇଥିଲା। ଏ ନେଇ ତଦନ୍ତ ଜାରି ରହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହତ୍ୟା କି ଦୁର୍ଘଟଣା ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking