30.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶରୋହିତ ଅନୁପସ୍ଥିତ ରହିଲେ ବୁମ୍‌ରା ହେବେ ଟିମ୍ ଇଣ୍ଡିଆର ଅଧିନାୟକ

ରୋହିତ ଅନୁପସ୍ଥିତ ରହିଲେ ବୁମ୍‌ରା ହେବେ ଟିମ୍ ଇଣ୍ଡିଆର ଅଧିନାୟକ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଅଧିନାୟକତ୍ୱକୁ ନେଇ ମୁହଁ ଖୋଲିଛନ୍ତି ଗୌତମ ଗମ୍ଭୀର। ଟିମ ଇଣ୍ଡିଆର ଅନେକ ଖେଳାଳି ମଧ୍ୟ ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ଯାଇଛନ୍ତି। ଏସବୁ ମଧ୍ୟରେ ଗୌତମ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ସିରିଜ ପୂର୍ବରୁ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା, ଯାହାର ଗମ୍ଭୀର ଉତ୍ତର ଦେଇଥିଲେ। ରୋହିତ ଶର୍ମା ସିରିଜର ପ୍ରଥମ ଟେଷ୍ଟରେ ଉପଲବ୍ଧ ହେବେ କି ନାହିଁ ତାହା ମଧ୍ୟ ଗମ୍ଭୀର କହିଛନ୍ତି। ସିରିଜ ପୂର୍ବରୁ ମଧ୍ୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ପାଇଁ ଉପସ୍ଥିତ ରହିବେ ନାହିଁ ବୋଲି ଆସିଥିଲା। ଗମ୍ଭୀର କହିଛନ୍ତି, ବର୍ତ୍ତମାନ ରୋହିତ ଶର୍ମାଙ୍କର କୌଣସି ନିଶ୍ଚିତତା ନାହିଁ। ଆଶା କରୁଛି ସେ ଉପସ୍ଥିତ ରହିବେ। ସିରିଜ ଆରମ୍ଭ ପୂର୍ବରୁ ଆପଣ ସବୁ ଜାଣିଥିବେ।
କେ.ଏଲ ରାହୁଲଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ଗମ୍ଭୀର କହିଛନ୍ତି, କେ.ଏଲ ରାହୁଲ ଟପ ଅର୍ଡରରେ ବ୍ୟାଟିଂ କରିପାରିବେ, ସେ ତିନି ନମ୍ବରରେ ବ୍ୟାଟିଂ କରିପାରିବେ, ସେ ୬ ନମ୍ବରରେ ଖେଳିପାରିବେ। ଗମ୍ଭୀର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ରୋହିତ ଶର୍ମା ଉପଲବ୍ଧ ନହୁଅନ୍ତି, ତେବେ ଜସପ୍ରୀତ ବୁମ୍‌ରା ଟିମ ଇଣ୍ଡିଆର ଅଧିନାୟକ ହେବେ। ଏହି ସିରିଜରେ ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବରେ ବୁମରା ଖେଳିବେ। ସମାଲୋଚନାର ସମ୍ମୁଖୀନ ହେବା ନେଇ ଗମ୍ଭୀର କହିଛନ୍ତି, ଯେତେବେଳେ ମୁଁ କୋଚ କାର୍ଯ୍ୟ ହାତକୁ ନେଇଥିଲି, ମୁଁ ଜାଣିଥିଲି ଏହା ଏକ ସମ୍ମାନଜନକ କାର୍ଯ୍ୟ କିନ୍ତୁ ଏହା ମଧ୍ୟ କଷ୍ଟସାଧ୍ୟ ଅଟେ। ମୁଁ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହିଁ। ଆମେ ତିନୋଟି ବିଭାଗରେ ଉନ୍ନତି କରିଛୁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking