25.1 C
Bhubaneswar
Tuesday, May 5, 2026
Homeଓଡିଶା୩ ପୁଲିସଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

୩ ପୁଲିସଙ୍କୁ ମିଳିବ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ

ଭୁବନେଶ୍ୱର: କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାର ଘୋଷଣା ହୋଇଛି। ଏହି କ୍ରମରେ ଓଡ଼ିଶାର ୩ ପୁଲିସ ଇନସ୍ପେକ୍ଟରଙ୍କୁ ଏହି ପଦକ ମିଳିବ। ସେମାନେ ହେଲେ ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାଲକାନଗିରି ଜିଲ୍ଲାର ରିଙ୍ଗନ କିଣ୍ଡୋ। ଏନେଇ ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେବା ସହ ଟ୍ୱିଟ୍ କରି ସମ୍ପୃକ୍ତ ୩ ପୁଲିସ ଇନସ୍ପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅପରାଧ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ଦିଆଯିବ।
ତେବେ କେନ୍ଦ୍ର ଗୃହମନ୍ତ୍ରୀ ଦକ୍ଷତା ପଦକ ଭଳି ସମ୍ମାନଜନକ ପଦକ ପାଇବାକୁ ଥିବା ଗଜପତି ଜିଲ୍ଲାରେ କାର୍ଯ୍ୟରତ ଇନସ୍ପେକ୍ଟର ସବ୍ୟସାଚୀ ମଲ୍ଲ କହିଛନ୍ତି ଯେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ତାଙ୍କୁ ତାଙ୍କର କାର୍ଯ୍ୟଶୈଳୀ, ନିଷ୍ଠା ଓ ତଦନ୍ତର ଅନୁସନ୍ଧାନ କରି ଗଭୀରତାର ଏକ ନିଷ୍ଠାର ସହ ତଦନ୍ତରେ ସଫଳତା ପାଇବା ପାଇଁ ଏଭଳି ସମ୍ମାନ ଆଣିଦେଇଛି। ସେ କହିଛନ୍ତି ଯେ, ଯେତେବେଳେ ସେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଥିଲେ ସେତେବେଳେ ଏକ ଅପମୃତ୍ୟୁ ଘଟଣାର ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାସ କରିଥିଲେ। ଏହି ସଫଳତା ପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବାକୁ ଯାଉଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking