30.1 C
Bhubaneswar
Wednesday, June 26, 2024
Homeଓଡିଶାଗୋଦାମରୁ ଗ୍ୟାସସିଲିଣ୍ଡର ଚୋରି ଘଟଣାର ପର୍ଦ୍ଦାଫାଶ ; ୫ ଗିରଫ

ଗୋଦାମରୁ ଗ୍ୟାସସିଲିଣ୍ଡର ଚୋରି ଘଟଣାର ପର୍ଦ୍ଦାଫାଶ ; ୫ ଗିରଫ

ମୟୁରଭଞ୍ଜ : ଗୋଦାମରୁ ଗ୍ୟାସ ସିଲଣ୍ଡର ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ମୟୂରଭଞ୍ଜ ପୋଲିସ। ସଂପୃକ୍ତ ଅଭିଯୁକ୍ତମାନଙ୍କ ଠାରୁ ବହୁ ସାମଗ୍ରୀ ଉଦ୍ଧାର ସହ ଜବତ କରିଛି ପୋଲିସ। ତେବେ ବାରିପଦା ସଦର ଥାନା ଅର୍ନ୍ତଗତ ଶ୍ୟାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମ ନିକଟସ୍ଥ ଏଚ ପି ଗ୍ୟାସ ସିଲିଣ୍ଡର ଗୋଦାମ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ୨୦୨୪ ମସିହା ଜାନୁଆରୀ ମାସ ୨୬ ତାରିଖ ଗୋଦାମ ମାଲିକ ସାରଦା ପ୍ରସାଦ ମହାନ୍ତ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବାନେଇ ଅଭିଯୋଗ କରିଥିଲେ। ବାରିପଦା ସଦର ଥାନା ପୋଲିସ ୨୭/୨୪ ନଂରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାୟ ୪ ମାସ ପରେ ପୋଲିସ ସିଲିଣ୍ଡର ଚୋର ଗ୍ୟାଙ୍ଗର ୫ ଜଣ ସଦସ୍ୟ ସମେତ ଚୋରି ଜିନିଷ କିଣିଥିବା ୩ ଜଣ କ୍ରେତାଙ୍କୁ ମଧ୍ୟ ଗିରଫ କରାଯାଇଥିବାନେଇ ସଦର ଏସଡିପିଓ ସାମ୍ବାଦିକ ସମ୍ମିଳନୀ ଡ଼ାକି ସୂଚନା ଦେଇଛନ୍ତି। ଏହାସହିତ ଚୋରି ହୋଇଥିବା ୫୬ସିଲିଣ୍ଡର ମଧ୍ୟରୁ ୧୪ ଟି ସିଲିଣ୍ଡର, ଚୋରି ସମୟରେ ବ୍ୟବହୃତ ଯାନବାହାନ, ମୋବାଇଲ ଫୋନ ଇତ୍ୟାଦି ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ସମୟରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ତଦନ୍ତ ଜାରୀ ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking