30.1 C
Bhubaneswar
Saturday, May 4, 2024
Homeଓଡିଶାରେଳରୋକ୍ ଆନ୍ଦୋଳନ

ରେଳରୋକ୍ ଆନ୍ଦୋଳନ

ବ୍ରହ୍ମପୁର :  କେନ୍ଦ୍ରର ମୋଦି ସରକାରର କୃଷି ଓ କୃଷକ ସର୍ବନାଶକାରୀ ତିନି କଳା ଆଇନର ବାତିଲ କରିବା ଏବଂ କୃଷକଙ୍କ ସବୁ ଫସଲର ଏମଏସପି ପାଇଁ ଆଇନ ଦାବୀରେ କୃଷକ ସଙ୍ଗଠନ ମାନଙ୍କ ସର୍ବଭାରତୀୟ ମିଳିତ ମଂଚ “ସଂଯୁକ୍ତ କିଷାନ ମୋର୍ଚ୍ଚା” ଏବଂ ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ୱୟ ସମିତି ପକ୍ଷରୁ ଗୁରୁବାର ଦେଶବ୍ୟାପୀ ରେଳରୋକର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ରେଳ ଷ୍ଟେସନଠାରେ ଜିଲ୍ଲାର କୃଷକ ସଙ୍ଗଠନମାନଙ୍କ ନେତୄତ୍ଵରେ ଶତାଧିକ କୃଷକ ରେଳ ଧାରଣା ଉପରେ ବସି ରହି ରେଳରୋକ ଆନ୍ଦୋଳନ କରିଥିଲେ । ମଧ୍ୟାହ୍ନ ବାରଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଫଳରେ ବିଶାଖା ଏକ୍ସପ୍ରେସ ସମେତ ଅନେକ ଯାତ୍ରୀବାହୀ ରେଳଗାଡ଼ି ଓ ମାଲଗାଡି ଇଛାପୁର ତଥା ଅନ୍ୟାନ୍ୟ ଷ୍ଟେସନରେ ଦୀର୍ଘ ସମୟ ଧରି ଅଟକି ରହିଥିଲା । ପରେ ଜିଆରପି ପୋଲିସ ପକ୍ଷରୁ ଆନ୍ଦୋଳନକାରୀମାନଙ୍କୁ ଗିରଫ କରି ଅବରୋଧ ହଟାଯାଇଥିଲା ।

ଏହି ରେଳରୋକ ଆନ୍ଦୋଳନରେ ଏଆଇକେଏସର ଜିଲ୍ଲା ସଭାପତି ରାଜୀବ ଲୋଚନ ପଣ୍ଡା, ସୁଦର୍ଶନ ସ୍ଵାଇଁ , ରଙ୍କନିଧି ସ୍ଵାଇଁ, ନୀଳକଂଠ ଦାସ, ଏଆଇକେଏମଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଲଡୁକିଶୋର ଡାକୁଆ, ନାରାୟଣ ବିଷୋୟୀ, ସନ୍ତୋଷ ନାୟକ, ହୃଷିକେଶ ନାୟକ, କୃଷକ ସଭାର ଗୋପାଳ ପାଣିଗ୍ରାହୀ, ବସନ୍ତ ନନ୍ଦ, ବିଦ୍ୟାଧର ଜେନା, ଯୁଦ୍ଧିଷ୍ଠିର ବେହେରା, କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ପି ପାର୍ବତୀ, ଏଆଇକେକେଏମଏସ୍ ପକ୍ଷରୁ ଶିବାନୀ ଶଙ୍କର ମିଶ୍ର, ପପୁନ ସାହୁ, ଯୁବନେତା ଲକ୍ଷ୍ମୀ ନୃସିଂହ ରଥ, ଶିବରାମ ସାହୁ, ମଧୂସୁଦନ ସେଠୀ ପ୍ରମୁଖ ଯୋଗଦାନ କରି ଗିରଫଦାରୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking