38.1 C
Bhubaneswar
Tuesday, April 23, 2024
HomeUncategorizedମରାଠା ସାମ୍ରାଜ୍ୟର ସଂସ୍ଥାପକ ଶିବାଜୀ ମହାରାଜ

ମରାଠା ସାମ୍ରାଜ୍ୟର ସଂସ୍ଥାପକ ଶିବାଜୀ ମହାରାଜ

ଭୁବନେଶ୍ୱର : ମରାଠା ମାନଙ୍କ ମନରେ ଏକ ମହତ୍ୱପୁର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲେ ମହାରାଜା ଛତ୍ରପତି ଶିବାଜୀ । ଶିବାଜୀ ମହାରାଜ ୧୯ ଫେବୃଆରୀ ୧୬୩୦ରେ ପିତା ସାହାଜୀ ଭୋଷଲେ ଓ ମାତା ଜୀଜାବାଇଙ୍କ କୋଳ ମଣ୍ଡନ କରିଥିଲେ । ସେତେବେଳେ ପିତା ସାହାଜି ଭୋଷଲେ ମୋଗଲ ମାନଙ୍କ ସେବାରେ ନିୟୋଜିତ ଥିଲେ । ଘରେ ପିତା ନ ରହୁଥିବାରୁ ମାତା ଜୀଜାବାଇ ଶୀବାଜୀଙ୍କୁ ଲାଳନପାଳନ କରିଥିଲେ ।

ବାଳକ ଶିବାଜୀଙ୍କୁ ମାତା ଜୀଜାବାଇ ମହାଭୋରତ ଠାରୁ ନେଇ ରାମାୟଣ ଯାଏଁ , ରାମାୟଣ ଠୁ ନେଇ ଭାଗବତ ଗୀତା ଯାଏଁ ସମସ୍ତ ପୈାରାଣିକ କଥା ଶୁଣାଇଥିଲେ । ଏହି ସବୁର ପ୍ରଭାବ ଶଶୀବାଜୀଙ୍କ ଠାରେ ଦେଖିବାକୁ ମିଳିଥିଲା ।

ମହାରାଷ୍ଟ୍ରର ମରାଠା ମାନଙ୍କୁ ସେ ଖୁବ କମ ବୟସରେ ଏକାଠି କରିଥିଲେ ଓ ମରାଠା ମାନଙ୍କୁ ମୋଗଲ ଶାସନରୁ ମୁକ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ । ସେ ମରାଠା ମାନଙ୍କୁୁ ବୁଝାଇଥିଲେ ଯେ , ମୋଗଲ ମାନେ ମରାଠା ମାନଙ୍କୁ ଗୁଲାମ କରି ରଖିିଛନ୍ତି । ଏହି ଗୁଲାମି ହେଉଛି ଏକ ମାନସିକତା । ଯାହାକୁ ଆମକୁ ବଦଳାଇ ବାକୁ ହେବ ।

ଆଦିଲ ଶାହା, ନିଜାମି ଶାହାଙ୍କ ଭଳି ମୋଗଲ ଶାସକଙ୍କ ଠାରୁ ମରାଠା ସାମ୍ରାଜ୍ୟକୁ ସ୍ୱାଧୀନତା ଦେବା ଓ ସ୍ୱରାଜ ପ୍ରତିଷ୍ଠା କରିବା ଶିବଜୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲ । ନିଜ ରକ୍ତ ରେ ସେ ମହାଦେବଙ୍କ ଶିବଲିଙ୍ଗର ଅଭିଶେକ କରିଥିଲେ ଏବଂ ସେଠାରୁ ସ୍ୱରାଜ ଯାତ୍ରା ଆରମ୍ଭ କରିଥିଲେ ।
ଶୀବାଜୀ ମହରାଜ , ମହାରାଣା ପ୍ରତାପଙ୍କ ସୋର୍ଯ୍ୟ , ସାହାସ ଏବଂ କୌଟଲ୍ୟ ଚାଣକ୍ୟଙ୍କ ବୁଦ୍ଧି ଓ ପ୍ରଖର ଶକ୍ତି ମିଶ୍ରଣ ଅବତାର ଥିଲେ ।
ଶିବାଜୀ ଗରିଲା ଯୁଦ୍ଧ ପାଇଁ ପ୍ରସିଦ୍ଧ ଥିଲେ । ଶତ୍ରୁକୁ ବୋକା ବନାଇ ଯୁଦ୍ଧରେ ହରାଇବାର କୌଶଳ ବେଶ ଭଲ ଭାବେ ଜଣା ଥିଲା ଶିବାଜୀଙ୍କୁ । ସେଥିପାଇଁ ତାଙ୍କୁ ପାହାଡି ମୂଷା କୁହାଯାଉଥିଲା । ଛୋଟ ସେନାରୁ ଆରମ୍ଭ କରି ତାଙ୍କ ସାମ୍ରାଜ୍ୟ ଦକ୍ଷିଣ ଠାରୁ ନେଇ ଉତ୍ତର ପର୍ଯ୍ୟନ୍ତି ବହୁ ସ୍ଥାନରେ ବ୍ୟାପିଥିଲା ।

ବୀର ଶୀବାଜୀ ମହାରାଜ ଥିଲେ ଭଗବାନ ଶିବଙ୍କ ଭକ୍ତ । ସେଜଣେ ଏପରି ଯୋଦ୍ଧା ଯିଏ ଯୁଦ୍ଧ ଭୂମିରେ କେବେ ପଛଘୁଞ୍ଚା । ଦେଇନଥିଲେ । ତାଙ୍କ ମତରେ ଦୁନିଆରେ କେହି କାହାର ଗୁଲାମି ରହିବା ଉଚିତ ନୁହଁ । ସମସ୍ତେ ନିଜ ନିଜର ରାଜା ରହିବା ଦରକାର ।

ଆଜି ହେଉଛି ସେହି ବୀର ପୁରୁଷ ଛତ୍ରପତି ଶୀବାଜୀ ମହାରାଜଙ୍କ ଜନ୍ମ ଜୟନ୍ତୀ । ସେ ଆମ ଦେଶ ପାଇଁ କାଳ କାଳରୁ ପେରଣାର ଉତ୍ସ ଭାବେ ରହିଆସିଛନ୍ତି । ଏକ ସଶକ୍ତ ରାଷ୍ଟ୍ର ବନାଇ ରାଷ୍ଟ୍ର ରକ୍ଷା ଓ ରାଷ୍ଟ୍ରବାଦକୁ ପ୍ରାଥମିକତା ଦେବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking