36.1 C
Bhubaneswar
Saturday, May 4, 2024
Homeଓଡିଶାକାର ସହ ୧୦ଲକ୍ଷ୍ୟ ଟଙ୍କାର ଗଞ୍ଜାଇ ଜବତ

କାର ସହ ୧୦ଲକ୍ଷ୍ୟ ଟଙ୍କାର ଗଞ୍ଜାଇ ଜବତ

କୋଟପାଡ଼ : କୋରାପୁଟ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ପୋଲିସ ର ଧରପଗଡ଼ ରେ କବ୍ଜା ରେ ଆସୁଛନ୍ତି ବହୁତ ସବୁଜ ଯହର (ଗଞ୍ଜେଇ ) ମାଫିଆ l ରୁଜୁ ହଉଥିବା ମାମଲା ଏବଂ ଜବତ ହଉଥିବା ଗାଡି ନଂ ଅନୁଯାଇ 90% ମାଫିଆ ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାରଖଣ୍ଡ ଓ ବିହାର ର ରହିଥିବା ର ଜଣାପଡୁଛି l ମାଲକାନଗିରି ଜିଲ୍ଲା ଗଂଜେଇ ଚାଷ ର ଆଡlସ୍ଥଳୀ ପାଲଟି ଥିବା ବେଳେ ଚୋରାରାସ୍ତା ଦେଇ ଏଠୁ ବିଭିନ୍ନ ରାଜ୍ୟ ତଥା ଦେଶର ରାଜଧାନୀ କୁ ମଧ୍ୟ ସବୁଜ ଯହର ରପ୍ତାନି ହେଉଥିବାର ଖବର ସାମ୍ନାକୁ ଆସୁଛି l ଏଣେ କୋରାପୁଟ ଜିଲ୍ଲା ପୋଲିସ ଧରପଗଡ଼ ରେ ପ୍ରାୟ ଦିନକୁ ଦିନ ଗଂଜେଇ ଓ ଗାଡି ଜବତ ହେବାରେ ଲାଗିଛି କାର, କଣ୍ଟେନର, ପେଟ୍ରୋଲ କଟେଂନର ରେ ପୋଲିସ ପାଣ୍ଠି ପରିସର ଭରିବାରେ ଲାଗିଲାଣି l

ମାଫିଆ ବିଭିନ୍ନ ପନ୍ଥା ଆପଣାଇ ଡାଳରେ ଡାଳରେ ଗଲାବେଳକୁ ପୋଲିସ ପତରେ ପତରେ ଯାଇ କବ୍ଜା କୁନେଈ ଜବତ କରୁଛି ସତ କିନ୍ତୁ ଥମିବାରେ ନା ନେଉନି ଏହି ସବୁଜ ଜହର କାରବାର l ଆଜି ପୁଣି କୋଟପାଡ଼ ଥାନା କୁ ମିଳିଛି ଏନେଇ ଏକ ବଡ଼ ସଫଳତା ଗୋଟିଏ ମାରୁତି ଆର୍ଟିଗା କାର ନଂ CG 16 CN 6470 ଚୋରା ରାସ୍ତା ଦେଇ ଯାଉଥିବା ବେଳେ ତାକୁ ସନ୍ଦେହ କରି ପୋଲିସ ପେଟ୍ରୋଲିଙ୍ଗ ଗାଡି ତାର ପିଛା କରିଥିଲା ଏବଂ ଚାନ୍ଦିଲି ପଂଚାୟତ ର ପିରିଞ୍ଜି ଗ୍ରାମ ନିକଟ ରେ ମାଫିଆ ଗାଡି ଟିକୁ ଛାଡି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଗାଡିଟି କୁ କୋଟପାଡ଼ ପୋଲିସ ଜବତ କରି ଥିଲା l ଜବତ କାର ରେ 150 କେଜି ଗଂଜେଇ ଯାହାର ଆନୁମାନିକ ମୂଲ୍ୟ ଦଶଲକ୍ଷ୍ୟ ଟଙ୍କା ହେବ ବୋଲି ସୂଚନା ମିଳିଛି l

କୋଟପାଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking