29.1 C
Bhubaneswar
Thursday, April 25, 2024
Homeଓଡିଶାଡେଲଟା ପ୍ଲସ ସାଂଘାତିକ ନୁହେଁ

ଡେଲଟା ପ୍ଲସ ସାଂଘାତିକ ନୁହେଁ

ଭୁବନେଶ୍ୱର: ଜିନମ ସିକ୍ୟୁଏନ୍ସି ଓ ଡେଲ୍ଟା ପ୍ଲସ ମ୍ୟୁଟସେନ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ସାରା ଦେଶରେ ୪୬ ହଜାର ଓ ଓଡିଶାରୁ ପ୍ରାୟ ୧୧ ଶହ ସିକ୍ୟୁଏନ୍ସି ହୋଇଛି । ଆଇଏଲଏସରେ କେବଳ ଗୋଟିଏ ଡେଲ୍ଟା ପ୍ଲସ ମ୍ୟୁଟେସନ ଚିହ୍ନଟ କରିଛୁ । ଏହା ଗୋଟିଏ ମ୍ୟୁଟେସନ, ସାଂଘାତିକ ହୋଇଥିଲେ ବହୁତ ମିଳନ୍ତାଣି । ଏପ୍ରିଲରେ ମିଳିଥିଲା । ଆଉ ଏହି ଷ୍ଟ୍ରେନ ମିଳିନି । ତାହେଲେ ସ୍ପ୍ରେଡ ହୋଇନି । ଆଗାମୀ ଦିନରେ ଏହା କେତେ ପ୍ରଭାବ ରଖିବ ରିସର୍ଚ୍ଚ ଚାଲିଛି । ଟିକା ନେବା ପରେ କେତେ ସଂକ୍ରମିତ ହେଉଛନ୍ତି ଜାଣିବାକୁ ତର୍ଜମା ଚାଲିଛି  । ଟିକା ନେବା ପରେ ଆଇଏଲଏସରେ ୧୦/୧୨ ଜଣ ସଂକ୍ରମିତ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କୁ ଛାଡି କେହି ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି । ତେଣୁ ଟିକାର ନିଶ୍ଚିତରେ ଭଲ ପ୍ରଭାବ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking