40.1 C
Bhubaneswar
Thursday, April 25, 2024
Homeଓଡିଶାପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ

ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ

ବାଲେଶ୍ୱର: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ହୋଇଛି ।   କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଥିଲା । ସିମୂଳିଆ ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଥିଲା । ଏନକାଉଣ୍ଟର ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଆଜି ହାଇଦରକୁ ଚୌଦ୍ୱାରରୁ ବାରିପଦା ଜେଲ ନିଆଯାଉଥିଲା । ହାଇଦରକୁ ଜଣେ ଇନ୍ସପେକ୍ଟର, ଜଣେ ଏସଆଇ, ଏକ ସେକ୍ସନ ଫୋର୍ସ ନେଉଥିଲେ । ଦିନ ୩ଟା ୨୦ରେ ପରିସ୍ରା ଯିବ ବୋଲି କହିଥିଲା ହାଇଦର । ପରିସ୍ରା ବାହାନାରେ ବାହାରିବା ପରେ ଖସିବାକୁ ଉଦ୍ୟମ କରିଥିଲା । ଗାର୍ଡଙ୍କ ବନ୍ଧୁକ ଛଡାଇ ଖସିଯିବାକୁ ଉଦ୍ୟମ କରିଥିଲା ହାଇଦର । ତାଙ୍କୁ  ୱାଣ୍ଣିଂ ଦିଆଯାଇଥିଲେ ବି ମାନିନଥିଲା ହାଇଦର । ଶେଷକୁ ବାଧ୍ୟହୋଇ ପୋଲିସ ଗୁଳି କରିଥିଲା ବୋଲି ଡିସିପି କହିଛନ୍ତି ।  ତେବେ ହାଇଦର ପେଟରେ ଗୁଳି ବାଜିଥିଲା । ତାକୁ ବାଲେଶ୍ୱର ନିଆଯାଇ ବାଲେଶ୍ୱର ଜିଲ୍ଲା ମେଡିକାଲରେ ହାଇଦରର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking