31.1 C
Bhubaneswar
Friday, March 29, 2024
Homeଓଡିଶାକଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ପାତ୍ର ଓ ସୁବାସ...

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସସ୍ମିତ ପାତ୍ର ଓ ସୁବାସ ସିଂହ

ନୂଆଦିଲ୍ଲୀ:  ଶୁକ୍ରବାର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡି ଙ୍କୁ
ରାଜ୍ୟସଭା ର ଡେପୁଟି ଲିଡର ସାଂସଦ ଡଃ.ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ
କରିଥିଲେ ।
କଟକର ହଜାର ବର୍ଷର ଗର୍ବ ଓ ଗୈରବର ଐତିହକୁ ବହନକରି ବାରବାଟି ଦୁର୍ଗ-ଗଡଖାଇ ଏକ ଐତିହାସିକ ସ୍ମାରକି
ହୋଇ ରହିଆସିଛି । ଏକାଦଶ ଶତାବ୍ଦିରେ କଟକର ମହାନଦୀ – କାଠଯୋଡି ସଙ୍ଗମ ସ୍ଥଳରେ ଚାରିପାଖରେ ହ୍ରଦଥାଇ ଏକ
ଦୁର୍ଗ ଭାବରେ ୯ମହଲା ରାଜଧାନୀ ଭାବରେ କାର୍ଯ୍ୟକରି ଆସୁଥିଲା । କଟକ ବାରବାଟି ଦୁର୍ଗର ନବୀକରଣ ଓ ଉନ୍ନତି
କରଣପାଇଁ ୨୦୦୮ ଓ ୨୦୦୯ ମସିହାରେ କେନ୍ଦ୍ରସରକାର ଙ୍କ Urban Infrastructure Devlopment

Scheme for Small and Middium town programme ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଏହି ଯୋଜନା
ରେ ୧୭କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରି ବାରବାଟି ଦୁର୍ଗ ର ଚାରି ପଟ ହ୍ରଦ କୁ ଖନନ କରି ଏହାର ପୁନଃନିର୍ମାଣ
ତଥା ସୈନ୍ଧର୍ଯ୍ୟକରଣ କରିବା ଓ ଏହାର ଭିତିଭୂମିର ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର
ଦେଶବାସୀଙ୍କୁ ଆକର୍ଶିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ ।
୨୦୦୭-୦୯ ମସିହା ରେ କେନ୍ଦ୍ର ସରକାର ଏହି ଯୋଜନା ରେ ୧୭କୋଟି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରି
ବାରବାଟି ଦୁର୍ଗ ର ଚାରି ପଟ ହ୍ରଦ କୁ ଖନନ କରି ଏହାର ପୁନଃନିର୍ମାଣ ତଥା ସୈନ୍ଧର୍ଯ୍ୟକରଣ କରିବା ଓ ଏହାର ଭିତିଭୂମିର
ଉନ୍ନତିକରଣ କରାଯାଇ ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଶିତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ୱ
ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । କଟକ ମୁନିସପାଲ୍ କର୍ପୋରେସନ୍ କୁ କିଛି କାର୍ଯ୍ୟ ସମ୍ପାଦନ
କରିବା ପାଇଁ ଦାୟୀତ୍ୱ ଦିଆଯାଇଥିଲା । କଟକ ମୁନିସପାଲ୍ କର୍ପୋରେସନ୍ ଏହାକୁ ପୁର୍ଣ୍ଣାଙ୍ଗ କରିବାପରେ ଏହାର ଅନ୍ୟକାର୍ଯ୍ୟ
ଗୁଡିକୁ ଅଗ୍ରଗତି ପାଇଁ ନିବେଦନ କରି ଚିଠି ଲେଖିଲେ ମଧ୍ୟ ଏହାର ଅଗ୍ରଗତି ହୋଇପାରୁ ନାହିଁ । ଏହାର ଭିତିଭୂମି
ଉନ୍ନତିକରଣ ଓ ସୈନ୍ଧର୍ଯ୍ୟକରଣ କାର୍ଯ୍ୟ କୁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅବହେଳା କରି ଚାଲିଛି । ପ୍ରତ୍ନତତ୍ୱ ବିଭାଗ ପାଖରେ
୧୪ କୋଟି ରୁ ଉଦ୍ଧ୍ୱ ଟଙ୍କା ଥିଲେ ମଧ୍ୟ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ନାହିଁ କି ଏହାକୁ ପୁର୍ଣ୍ଣାଙ୍ଗ କରାଯାଉ ନାହିଁ ।
ଏହା ଏକ ଐତିହ ପ୍ରୋଜେକ୍ଟ ହୋଇଥିବା ରୁ ଏବଂ ଏହା ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ନିଶିଦ୍ଧାଚଂଳ ହୋଇଥିବାରୁ ଜିଲ୍ଲା
ପ୍ରଶାସନ ଓ ରାଜ୍ୟ ସରକାର ଏହାର ଉନ୍ନତିକରଣ ପାଇଁ କୈଣସି ପଦକ୍ଷେପ ନେଇପାରୁ ନାହିଁ । ବାରବାଟି ଦୁର୍ଗ ଭିତରେ
ଓଡିଶା ର ଏକମାତ୍ର ଇନ୍‌ଡୋର ଷ୍ଟାଡିୟମ୍ , ସ୍ପୋର୍ଟସ୍ ହଷ୍ଟେଲ ଓ ସତ୍ୟବ୍ରତ ଷ୍ଟାଡିୟମ୍ ରହିଛି ଯାହାଫଳରେ କଟକ ଓଡିଶା ର
ସ୍ପୋର୍ଟସ୍ କ୍ୟାପିଟାଲ ଭାବରେ ପରିଚିତ । ଏହି କାର୍ଯ୍ୟର ବିଳମ୍ବତାକୁ ଦୁର କରିବା ପାଇଁ ରାଜ୍ୟ ସରକାର ଓ କଟକ
ମୁନିସପାଲ କର୍ପୋରେସନ୍ ବାରମ୍ବାର ଅନୁରୋଧ କରିଆସୁଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଂସଦ ସୁବାସ ସିଂହ ଗତ
ମାର୍ଚମାସ ସଂସଦ ଅଧିବେଶନରେ ଉପସ୍ଥାପନା କରି ୩ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟ
ଅଗ୍ରଗତି ହୋଇପାରିନାହିଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ରେଡ୍ଡି ଅଗ୍ରାଧିକାର ଭିତିରେ ଏହି କାର୍ଯ୍ୟସମ୍ପାଦନ କରିବାକୁ
ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking