32.8 C
Bhubaneswar
Tuesday, April 16, 2024
Homeଓଡିଶାଛାତ୍ରବତ୍ସ୍ୟଳ ଶିକ୍ଷୟତ୍ରୀ କାଞ୍ଚନବାଳା ଜେନାଙ୍କ ଦେହାନ୍ତ

ଛାତ୍ରବତ୍ସ୍ୟଳ ଶିକ୍ଷୟତ୍ରୀ କାଞ୍ଚନବାଳା ଜେନାଙ୍କ ଦେହାନ୍ତ

ମୟୂରଭଞ୍ଜ- ପଞ୍ଚଭୂତରେ ଲୀନ ହୋଇଗଲା ପାର୍ଥିବ ଶରୀର।ସାଂସାରିକ ମୋହମାୟାରୁ ମୁକ୍ତି ପାଇବା ସହ ସ୍ୱାମୀ, ପୁଅଝିଅ, ନାତିନାତୁଣୀ,ଜ୍ୱାଇଁ, ବନ୍ଧୁବାନ୍ଧବ, ସାହିପୋଡ଼ିଶାର ବନ୍ଧନକୁ ପଛରେ ପକାଇ ସମସ୍ତଙ୍କୁ ଶୋକର ସାଗରରେ ଛାଡି ଚାଲିଗଲେ ଆରପାରିକୁ। ସେ ଆଉ କେହି ନୁହନ୍ତି ମୋରଡ଼ା ବ୍ଲକ ପାଞ୍ଚଗୁଛିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାଞ୍ଚନବାଳା ଜେନା। ତାଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୋରଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ରହି ଶିକ୍ଷାଦାନ କରିଚାଲିଥିଲେ । ତେବେ ସେ ଜଣେ ମିଷ୍ଟଭାଷୀ, କର୍ତ୍ତବ୍ୟପରାୟଣ, ଛାତ୍ରବତ୍ସ୍ୟଳ,ପରପକାରୀ ବ୍ୟକ୍ତିତ୍ୱର ଅଧିକାରିଣୀ ଭାବେ ସବୁ ବର୍ଗର ପ୍ରିୟପାତ୍ରୀ ହୋଇ ପାରିଥିଲେ। ତେବେ ପରବର୍ତ୍ତୀ ସମୟରେ ପଦନ୍ନୋତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରି ଅବସର ଗ୍ରହଣ କରିଥିଲେ। ସେହିପରି ଛାତ୍ର ବତ୍ସ୍ୟଳ ଶିକ୍ଷୟତ୍ରୀ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତେବେ ୨୦୧୧ ମସିହାରେ କାଞ୍ଚନବାଳା ଜେନା ମୋରଡା U .P School ରୁ ଅବସର ଗ୍ରହଣ କରିଥିଲେ। ଅପରପକ୍ଷରେ ସେ ଜଣେ ଧର୍ମପରାୟଣା ମହିଳା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାରୁ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ତେବେ ତାଙ୍କର ଶେଷସମୟରେ ସ୍ବର୍ଗତ କାଞ୍ଚନବାଳାଙ୍କ ପାଖରେ ଅବସରପ୍ରାପ୍ତ School inspector ସ୍ବାମୀ ସମରଜିତ୍ ମହାପାତ୍ର, ବଡ଼ପୁଅ NIT ରାଉରକେଲାର ପ୍ରଫେସର ସୈ।ମ୍ୟସଞ୍ଜୀବ ମହାପାତ୍ର , ସାନ ପୁଅ ସୈ।ମ୍ୟରଞ୍ଜନ ମହାପାତ୍ର, ପୁତ୍ରବଧୂ ଅନୁରାଧା ମହାପାତ୍ର, ପରନିତା ମହାପାତ୍ର ଏବଂ ଦୁଇ ବିବାହିତା କନ୍ୟା ବାଣୀବନ୍ଦନା ମହାପାତ୍ର, ଦେବୀ ଅଞ୍ଜନା ମହାପାତ୍ର ,ଜ୍ୱାଇଁ ସୁଧିର ନାୟକ,ନାତୁଣୀ ତ୍ରୀଲେଖା ନାୟକ ଏବଂ ପରିବାରବର୍ଗ ଉପସ୍ଥିତ ରହିଥିଲେ। ସ୍ବର୍ଗତା କାଞ୍ଚନବାଳାଙ୍କ ଶେଷଦର୍ଶନ ପାଇଁ ତାଙ୍କ ବାସଭବନରେ ବୁଦ୍ଧିଜୀବୀ,ଶିକ୍ଷାବିତ,

ସମାଜସେବୀଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ସହିତ ଅଞ୍ଚଳବାସୀମାନେ ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking