33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବିପଦ ସଂକେତ ଉପରେ ଗଙ୍ଗା ନଦୀ

ବିପଦ ସଂକେତ ଉପରେ ଗଙ୍ଗା ନଦୀ

ହରିଦ୍ୱାର : ଉତରାଖଣ୍ଡର ଉଚ୍ଚ ପର୍ବତୀୟ କ୍ଷେତ୍ରରେ ହେଉଥିବା ଲଗାତାର ବର୍ଷା ଲାଗି ଗଙ୍ଗା ନଦୀ ବିପଦ ସଂକେତ ଉପରେ ବହୁଛି । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି । ହରିଦ୍ୱାରରେ ଗଙ୍ଗା ନଦୀର ଜଳସ୍ତର ମଧ୍ୟ ବିପଦ ସଂକେତ ୨୯୪ ମିଟରରୁ ପାଖାପାଖି ୦.୩୫ ସେ.ମି. ଉପରେ ଅଛି । ଗଙ୍ଗାର ଜଳସ୍ତରକୁ ଦେଖି ପ୍ରଶାସନ ବିପଦ ସଂକେତ କଂଟ୍ରୋଲ ରୁମ୍ ଲକ୍ଷେ୍ଣøକୁ ମଧ୍ୟ ସୂଚନା ଦେଇଛି ।

ଉତର ପ୍ରଦେଶ ସିଂଚାଇ ବିଭାଗର ଏସ୍‌ଡିଓ ଶିବକୁମାର କୌଶିକ କହିଛନ୍ତି ଯେ ଯେଉଁଭଳି ଲଗାତାର ବର୍ଷା ହେଉଛି, ଏଥିପାଇଁ ହରିଦ୍ୱାରରେ ଗଙ୍ଗାର ଜଳସ୍ତର ସକାଳ ୮ରେ ବିପଦ ସଂକେତ ଉପରେ ଚାଲୁଛି । ବର୍ତମାନ ସ୍ଥିତି ଉପରେ ନଜର ରଖାଯାଇଛି । ଗଙ୍ଗାର କୂଳରେ ଥିବା ଲୋକମାନଙ୍କୁ ଖାଲିକରାଯାଇଛି । ଗଙ୍ଗର ବଢ଼ୁଥିବା ଜଳସ୍ତର ଲାଗି କେତେକ ଘାଟ ଜଳମଗ୍ନ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking