31.1 C
Bhubaneswar
Monday, May 20, 2024
Homeବିଜିନେସ୍ଏତିକି ତାରିଖରୁ ବଦଳୁଛି ଟ୍ୱିଟରର ନିୟମ, ୟୁଜର୍ସଙ୍କୁ ମିଳିବ ଏହି ସବୁ ସୁବିଧା....

ଏତିକି ତାରିଖରୁ ବଦଳୁଛି ଟ୍ୱିଟରର ନିୟମ, ୟୁଜର୍ସଙ୍କୁ ମିଳିବ ଏହି ସବୁ ସୁବିଧା….

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ଏଣ୍ଟ୍ରି ପରେ ଟ୍ୱିଟରରେ ପ୍ରତିଦିନ କିଛି ନା କିଛି ନୂଆ ପରିବର୍ତ୍ତନ ହେବାରେ ଲାଗିଛି । କମ୍ପାନୀ ଆକାଉଣ୍ଟ ସସପେଣ୍ଡ ପଲିସିରେ ପରିବର୍ତ୍ତନ କରିଛନ୍ତି । କମ୍ପାନୀ ଶୁକ୍ରବାର ଏ ବିଷୟରେ ସୂଚନା ଦେଇଛି । ୧ ଫେବୃଆରୀରୁ ନୂଆ ପରିବର୍ତ୍ତନ ଲାଗୁ କରୁଛି । ଏହା ଅନୁସାରେ, ୟୁଜର୍ସ ନିଜର ଆକାଉଣ୍ଟ ସସପେନ୍ସକୁ ନେଇ ଅପିଲ କରି ପାରିବେ । ଆକାଉଣ୍ଟ ରିଷ୍ଟୋର କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ନୂଆ ମାନଦଣ୍ଡ ଅନୁସାରେ, ସମୀକ୍ଷା କରାଯିବ । ନୂଆ ମାନଦଣ୍ଡ ଅନୁସାରେ, କୌଣସି ଟ୍ୱିଟର ଆକାଉଣ୍ଟ କେବଳ ପ୍ଲାଟଫର୍ମ ପଲିସିର ବାରମ୍ବାର ଉଲଂଘନ କରିବା ଉପରେ ସସପେଣ୍ଡ କରିହେବ । ଆକାଉଣ୍ଟକୁ ଗମ୍ଭୀର ପଲିସି ଉଲଂଘନ କରିବାର ମାମଲାକୁ ମଧ୍ୟ ସସପେଣ୍ଡ କରାଯାଇ ପାରେ ।

ଗମ୍ଭୀର ପଲିସି ଉଲଂଘନରେ ବେଆଇନ୍ କଣ୍ଟେଣ୍ଟ କିମ୍ବା ଆକ୍ଟିଭିଟି, କାହାକୁ ଡରାଇବା କିମ୍ବା କ୍ଷତି ପହଁଞ୍ଚାଇବା ଓ ହାରାସମେଣ୍ଟ ଭଳି ଜିନିଷ ରହିଛି । ଟ୍ୱିଟରର କହିବା ଅନୁସାରେ, ଆଗାମୀ ଦିନରେ ‘ବଡ ଧରଣର ଆକ୍ସନ’ କମ୍ ମାମଲାରେ ନେବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଭବିଷ୍ୟତରେ କୌଣସି ଆକାଉଣ୍ଟକୁ ସସପେଣ୍ଡ କରିବା ବଦଳରେ ଏହାର ରିଜ୍ କମ୍ କରିଦେବ କିମ୍ବା ୟୁଜର୍ସଙ୍କୁ କୌଣସି ଟ୍ୱିଟ ଡିଲିଟ୍ କରିବାକୁ ହେବ । କମ୍ପାନୀ ଆକାଉଣ୍ଟ ୟୁଜ୍ କରିବା ପୂର୍ବରୁ ଟ୍ୱିଟ ଡିଲିଟ୍ କରିବା ପାଇଁ କହି ପାରେ । ଏଲନ୍ ମସ୍କ ଟ୍ୱିଟରରେ ଡିଲ୍ କରିବା ସମୟରେ ଆକାଉଣ୍ଟ ସସପେଣ୍ଡ କରିବାର ବିରୋଧ କରୁଛନ୍ତି । ଡିଲ୍ ପୁରା ହେବାପରେ ବହୁ ପ୍ରସିଦ୍ଧ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯାଇଛି, ଯାହାକୁ ପୂର୍ବରୁ ବ୍ୟାନ୍ କିମ୍ବା ସସପେଣ୍ଡ କରି ଦିଆଯାଇଥିଲା । ଏହି ଲିଷ୍ଟରେ ପୂର୍ବତନ ଆମେରିକା ରାଷ୍ଟପତି ଡୋନାଲ୍େଡା ଟ୍ରମ୍ପଙ୍କ ନାଁ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking