33.1 C
Bhubaneswar
Friday, May 17, 2024
Homeଓଡିଶାଭାରତ ଯୋଡ଼ - ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସମାପନ ହେଲା

ଭାରତ ଯୋଡ଼ – ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସମାପନ ହେଲା

ଭୁବନେଶ୍ୱର : ଅକ୍ଟୋବର ମାସ ୩୧ ତାରିଖ ୨୦୨୨ ମସିହାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ପରିବର୍ତନ ଯାତ୍ରା ସାରା ଓଡ଼ିଶାର ପାଖାପାଖି ୨୦୦୦ କି.ମି.ରୁ ଅଧିକ ଅତିକ୍ରାନ୍ତ କରି ଆଜି ଭୁବନେଶ୍ୱର ଶିଶୁ ଭବନ ଛକ ଠାରେ ସଂନ୍ଧ୍ୟା ୫.୩୦ ଘଟିକା ସମୟରେ ପହଂଚିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଏବଂ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃବର୍ଗଙ୍କୁ ସ୍ୱାଗତ କରିବା ସହିତ ଭାରତ ଯୋଡ଼- ଓଡ଼ିଶା ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା କରିଥିଲେ । ସହ ସହ କଂଗ୍ରେସ କର୍ମୀ ଏବଂ ନେତୃବର୍ଗ ଭୁବନେଶ୍ୱର ଶିଶୁ ଭବନ ଛକ ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଭାରତ ଯୋଡ଼ – ଓଡ଼ିଶା ଯାତ୍ରୀଙ୍କ ସହିତ ଚାଲି ଚାଲି ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ଘଂଟ, ପାରମ୍ପାରିକ ନୃତ୍ୟ ଏବଂ ବାଜା ବଜାଇ ଭାରତ ଯୋଡ଼ ଯାତ୍ରୀଙ୍କୁ ସାରା ରାସ୍ତାରେ ଉତ୍ସାହିତ କରି ତାଙ୍କ ସହିତ ଚାଲିଥିଲେ । ନଫରତ ଛୋଡ଼, ଭାରତ ଯୋଡ଼, ଭେଦଭାବ ଛୋଡ଼, ଯାତ୍‌ପାତ୍‌କି ବନ୍ଦନ ତୋଡ଼- ଭାରତ ଯୋଡ଼ ନାରା ଦେଇ ପଦଯାତ୍ରୀଗଣ ଏବଂ ସମସ୍ତ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୃଥିବୀବଲ୍ଲଭ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତୃବର୍ଗ ଖୋର୍ଦ୍ଧାଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଭାରତ ଯୋଡ଼ ଯାତ୍ରୀଙ୍କୁ ଉଚ୍ଚସିତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତିଙ୍କ ନେତୃତ୍ୱରେ ଏକ ସମାପନ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ରାଜନ ଏକ୍କା, ବିଧାୟକ ଅଧିରାଜ ପାଣିଗ୍ରାହି, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ସୁଶିଲା ତିରିଆ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା ଏବଂ ବରିଷ୍ଠ ନେତୃବର୍ଗ ଭାରତଯୋଡ଼ ଯାତ୍ରା ଆଜି ସଫଳ ହୋଇଛି । ଏ ଯାତ୍ରା ଓଡ଼ିଶାର ବେକାରୀ ସମସ୍ୟା, ଆଇନ ୍‌ଶୃଙ୍ଖଳା ପରିସ୍ଥିତି, ଚାଷୀର ସମସ୍ୟା, ଦରଦାମ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ, ହରିଜନ ପଛୁଆ ବର୍ଗ ଏବଂ ଛୋଟ ବ୍ୟବସାୟୀ, ମଧ୍ୟମ ବ୍ୟବସାୟୀମାନଙ୍କର ସ୍ୱାର୍ଥ ରକ୍ଷା କରିବା ଏବଂ ଓଡ଼ିଶାର ଜନବିରୋଧି ସରକାର ପରିବର୍ତନ କରିବା ପାଇଁ ଏ ପଦଯାତ୍ରା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏହି ସମାପନ ଉତ୍ସବରେ କହିଥିଲେ ଯେ, ଓଡ଼ିଶା ଏବଂ ଭାରତ ବର୍ଷରେ ଜନବିରୋଧି ସରକାର ଆଜି ଶାସନଗାଦିରେ । ଦୀର୍ଘ ୨୨ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ବିଜୁ ଜନତା ଦଳ ଶାସନ ଥାଇ ମଧ୍ୟ ଓଡ଼ିଶାର ଯୁବକ ଆଜି ଦିଗହରା । ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୨ ବର୍ଷରେ ୪୪ ଲକ୍ଷ ଓଡ଼ିଶାର ଶିକ୍ଷିତ ଯୁବକ- ଯୁବତୀ ନିଯୁକ୍ତି ମିଳିବା କଥା କିନ୍ତୁ ଆଜି ୨୨ ବର୍ଷରେ ୨ ଲକ୍ଷ ଯୁବକ- ଯୁବତୀଙ୍କୁ ମଧ୍ୟ ଦିଆଗଲା ନାହିଁ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନ ଯୋଗାଇ ଦେବେ ବୋଲି ୨୦୦୮ ମସିହାରେ କହିଥିଲେ । କିନ୍ତୁ ୨୦୨୩ ମସିହା ଜାନୁୟାରୀସୁଧା ୧୭ ପ୍ରତିଶତ ଜଳସେଚନ ଯୋଗାଇ ଦିଆଯାଇନାହିଁ । ଶିକ୍ଷା ବ୍ୟବସ୍ଥା ଆଦିବାସୀ ବହୁଳ ୮ ଜିଲ୍ଲାର ଅତ୍ୟନ୍ତ ନୈରାଶ୍ୟଜନକ । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ବହୁ ସ୍କୁଲମାନଙ୍କୁ ବନ୍ଦ କରାଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରର ସ୍ଥିତି ସାରା ରାଜ୍ୟରେ ଅତ୍ୟନ୍ତ ଉତ୍କଟ ଅତ୍ୟନ୍ତ ନିରାଶଜନକ । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ନୈରାଶ୍ୟଜନକ । ଡାକ୍ତରଖାନାମାନଙ୍କରେ ବହୁ ବିଭାଗ ଜଣେ ହେଲେ ବି ଡାକ୍ତର ନାହାନ୍ତି । ନର୍ସ, ଟେକ୍ନିସିଆନ ଓ ପାର୍ମାସିସ୍‌ଟି ଘୋର ଅଭାବ । ରାଜ୍ୟରେ କୃଷକର ଆୟ ୨୨ ବର୍ଷ ପରେ ଦେଶରେ ସର୍ବନିମ୍ନ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସମସ୍ତ ଉତ୍ପାଦିକ ଦ୍ରବ୍ୟକୁ ଉଚିତ୍ ମୂଲ୍ୟ ଦେଇ କ୍ରୟ କରାଯିବ ବୋଲି କିନ୍ତୁ ଆଜି ପର୍ଯ୍ୟନ୍ତ କୃଷକ ତା’ର କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇଲାନାହିଁ । ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବୋଲି ନଦୀବନ୍ଧ ଯୋଜନା ବା କୌଣସି କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯାଇନାହିଁ । ରାଜ୍ୟରେ ଆଦୌ ଶୀତଳ ଭଣ୍ଡା ନାହିଁ । ମିଲରମାନଙ୍କ ଦୟାରେ କୃଷକର ଭାଗ୍ୟ ଝୁଲି ପଡ଼ିଛି । ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଆଜି ଚରମ ସୀମାରେ । ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ । ମୋର ଆଶା ଏବଂ ବିଶ୍ୱାସ ଏ ଭାରତ ଯୋଡ଼ ପରିବର୍ତନ ଯାତ୍ରା ନିଶ୍ଚିତ ରୁପେ ଆସନ୍ତା ଦିନରେ ଓଡ଼ିଶାରେ ପରିବର୍ତନର ନୂତନ ସୂର୍ଯ୍ୟଦ୍ୱୟ ହେବ । ଶ୍ରୀ ପଟ୍ଟନାୟକ ବିଶେଷ ଭାବରେ ଭାରତ ଯୋଡ଼ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ସଂଯୋଜକ ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ନବଜ୍ୟୋତି ପଟ୍ଟନାୟକ, ସଂଜୀବ ଗିରି, ଜାନକୀବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ସଜୟ ତ୍ରିପାଠି ଏବଂ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସୁରେଶ ମହାପାତ୍ର, କିଶୋର ଜେନା, ଆଦିବାସୀ ସେଲର ମୁଖ୍ୟ ଭୁଜବଳ ମାଝୀ, ଏସ୍‌.ସି.ସେଲର ମୁଖ୍ୟ ବାଙ୍କନିଧି ବେହେରା, ଲୋକନାଥ ମହାରଥୀ, ରଜନି ମହାନ୍ତି, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ଦିପକ ମହାପାତ୍ର, ଜ୍ଞାନରଂଜନ ପଟ୍ଟନାୟକ, କୈଳାସ ସାହୁ, ସୁଶାନ୍ତ ତ୍ରିପାଠୀ, ମନୋଜ ଜେନା, ସୁବ୍ରତ ମହାପାତ୍ର, ମନୋଜ ସାହୁ, ମହମ୍ମଦ ସାହାଦୁଲ୍ଲ. ସଂକୁନା କଂଅର, ଇତ୍ୟାଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗଣଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking