37.1 C
Bhubaneswar
Friday, May 17, 2024
Homeଓଡିଶାରାଜ୍ୟ ଅଣ୍ଡର-୮ ଅନ୍‌ଲାଇନ୍ ଚେସ୍ ଚାମ୍ପିଅନ୍‌ଶିପ୍ ୩୦ରୁ

ରାଜ୍ୟ ଅଣ୍ଡର-୮ ଅନ୍‌ଲାଇନ୍ ଚେସ୍ ଚାମ୍ପିଅନ୍‌ଶିପ୍ ୩୦ରୁ

ଭୁବନେଶ୍ୱର: ଅଲ୍ ଓଡ଼ିଶା ଚେସ୍ ସଂଘ ପକ୍ଷରୁ ରାଜ୍ୟ ଅଣ୍ଡର-୮ ଓପନ୍ ଓ ବାଳିକର ଅନ୍‌ଲାଇନ୍ ଚେସ୍ ଚାମ୍ପିଅନ୍‌ଶିପ୍ ଆଗାମୀ ୩୦ ଓ ୩୧ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । କେବଳ ଲାପ୍‌ଟପ୍ ଓ ଡେକ୍ସଟପ୍ କମ୍ପ୍ୟୁଟର୍ ମାଧ୍ୟମରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବାକୁ ଆଗ୍ରହୀ ଖେଳାଳିମାନେ ଆଜି ସନ୍ଧ୍ୟା ୫ ସୁଦ୍ଧା ନାମ ପଞ୍ଜିକରଣ କରିବାକୁ କୁହାଯାଇଛି । ଏହି ଚାମ୍ପିଅନ୍‌ଶିପ୍‌ରେ ଉଭୟ ଓପନ୍ ଓ ବାଳିକା ବର୍ଗ ପାଇଁ ମୋଟ ୬ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଛି । ଉଭୟ ବର୍ଗରୁ ଚାମ୍ପିଅନ୍‌ଙ୍କୁ ୧ ହଜାର, ୨ୟ ଖେଳାଳିଙ୍କୁ ୮୦୦ ଏବଂ ୩ୟ ସ୍ଥାନରେ ଥିବା ଖେଳାଳିଙ୍କୁ ୭୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଏହି ଚାମ୍ପିଅନ୍‌ଶିପ୍‌ର ଶୀର୍ଷ ସ୍ଥାନରେ ଥିବା ଦୁଇ ପ୍ରତିଯୋଗୀ ଆଗାମୀ ସେପ୍ଟେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ଚେସ୍ ମହାସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜାତୀୟ ଅଣ୍ଡର-୮ ଓପନ୍ ଓ ବାଳିକା ଅନ୍‌ଲାଇନ୍ ଚାମ୍ପିଅନ୍‌ଶିପ୍‌ରେ ଭାଗନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking