33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶହଟିଲା ଏହି କଟକଣା: ଏଣିକି ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡ଼ିପାରିବ ବିମାନ

ହଟିଲା ଏହି କଟକଣା: ଏଣିକି ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡ଼ିପାରିବ ବିମାନ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛି । ତେଣୁ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କରୋନା କଟକଣା ହଟାଇବାରେ ଲାଗିଛନ୍ତି । ଏହି କ୍ରମରେ ଯାତ୍ରୀବାହି ବିମାନ ଏଣିକି ପୂର୍ଣ୍ଣ ଯାତ୍ରୀ କ୍ଷମତା ସହ ଉଡ଼ିପାରିବ ଓ ଉଡାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮ ତାରିଖଠାରୁ ହଟାଇ ଦିଆଯିବ ବୋଲି ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଯେ ଅକ୍ଟୋବର ୧୮ରୁ ସମସ୍ତ ଘରୋଇ ବିମାନ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହିତ ପରିଚାଳିତ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ୮୫ ପ୍ରତିଶତ ଯାତ୍ରୀ କ୍ଷମତାକୁ ନେଇ ଘରୋଇ ବିମାନ ଉଡାଣ କରୁଥିଲା । ଏହା ପୂର୍ବରୁ ଏହି କ୍ଷମତା ୭୨.୫ ପ୍ରତିଶତ ଥିଲା । ସୂଚନାଯୋଗ୍ୟ, ଗତ ବର୍ଷ କରୋନା ଲକଡାଉନରେ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ପରେ ମେ’ ୨୫, ୨୦୨୦ରେ ସରକାର ୩୩ ପ୍ରତିଶତ ଯାତ୍ରୀ କ୍ଷମତାକୁ ନେଇ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ । ଏହା ପରେ ଡିସେମ୍ବର ୨୦୨୦ରେ ଏହାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ପୁଣି ଚଳିତ ବର୍ଷ ଏପ୍ରିଲ ଏବଂ ମେ’ ମାସରେ କରୋନା ଦ୍ୱିତୀୟ ଲହରୀ ପାଇଁ ସରକାର ଘରୋଇ ବିମାନରେ ଯାତ୍ରୀଙ୍କ କ୍ଷମତାକୁ ୫୦ ପ୍ରତିଶତକୁ ହ୍ରାସ କରିଥିଲେ । ଏହା ପରେ କରୋନା ସଂକ୍ରମଣ କମିବା ପରେ ଯାତ୍ରୀଙ୍କ କ୍ଷମତାକୁ ବଢାଯାଇଛି ଏବଂ ବର୍ତ୍ତମାନ ଏହାକୁ ଶତପ୍ରତିଶତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking