36.1 C
Bhubaneswar
Sunday, May 19, 2024
Homeଅପରାଧ୪୧ ବର୍ଷୀୟ ଶିକ୍ଷୟିତ୍ରୀ ୧୫ ବର୍ଷର ଛାତ୍ରଙ୍କ ସାଥିରେ ଯାହା କରୁଥିଲେ ଜାଣିଲେ ଆର୍ଶ୍ଚ୍ୟଯ୍ୟ ହେବେ....

୪୧ ବର୍ଷୀୟ ଶିକ୍ଷୟିତ୍ରୀ ୧୫ ବର୍ଷର ଛାତ୍ରଙ୍କ ସାଥିରେ ଯାହା କରୁଥିଲେ ଜାଣିଲେ ଆର୍ଶ୍ଚ୍ୟଯ୍ୟ ହେବେ….

ନ୍ୟୁୟର୍କ : କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ । କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ । ଏହି ଖବର ଜଣେ ଶିକ୍ଷୟିତ୍ରୀ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ । ଆମେରିକାର ଫ୍ଲୋରିଡାଠାରେ ରହୁଥିବା ୪୧ ବର୍ଷୀୟ ହ୍ୟାରି କ୍ଲାଭି ଶିକ୍ଷକତା କରୁଥିବା ବେଳେ ତାଙ୍କ ବିରୋଧରେ ଏକ ଗୁରୁତର ଅପରାଧ ଆସିଛି । ହ୍ୟାରି ଜଣେ ୧୫ ବର୍ଷର ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏହାଠାରୁ ଆହୁରି ବି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେ ଏହି ଛାତ୍ରଙ୍କ ଦ୍ୱାରା ଗର୍ଭବତୀ ମଧ୍ୟ ହୋଇଥିବା ଜଣାଯାଇଛି । ବର୍ତ୍ତମାନ ସେ ୮ ମାସର ଗର୍ଭବତୀ । ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ କରୁଛି । କେବଳ ଯେ ଜଣେ ନାବାଳକ ସହ ସମ୍ପର୍କ ରଖିବାର ଅପରାଧ ନୁହେଁ, ଏହା ବ୍ୟତୀତ ସେ ସ୍କୁଲକୁ ବନ୍ଧୁକ ଆଣିଥିବା ଅଭିଯୋଗ ମଧ୍ୟ ହୋଇଛି । ହ୍ୟାରୀଙ୍କୁ ଛାତ୍ରଙ୍କ ବିରୋଧରେ ଅପରାଧ, ଶିଶୁ ସୁରକ୍ଷା ପ୍ରତି ଅବହେଳା, ସ୍କୁଲକୁ ବନ୍ଧୁକ ଆଣିବା ଓ ନାବାଳକ ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଛି । ଏହା ବ୍ୟତୀତ ପୀଡିତ ଛାତ୍ର ଶିକ୍ଷୟିତ୍ରୀଙ୍କ ବିରୋଧରେ କୌଣସି ପ୍ରକାର ଅଭିଯୋଗ ଆଣିବାକୁ ପ୍ରସ୍ତୁତ ନୁହଁନ୍ତି । ପିଲାଟି ପୋଲିସର ତଦନ୍ତରେ ମଧ୍ୟ ସହଯୋଗ କରୁ ନାହିଁ ଏବଂ କହିଛି ଯେ ସେ ପୀଡିତ ନୁହେଁ, ତାକୁ ବଳାତ୍କାର କରାଯାଇ ନାହିଁ । ଫ୍ଲୋରିଡା ପୋଲିସର ମୁଖପାତ୍ର କହିଛନ୍ତି ଯେ ଫ୍ଲୋରିଡାରେ ଜଣେ ନାବାଳକ ସହ ସମ୍ପର୍କ ରଖିବାର ଅନୁମତି ନାହିଁ । ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶିକ୍ଷକଙ୍କୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ସେ ଜିଲ୍ଲାର ଅନ୍ୟ କୌଣସି ବିଦ୍ୟାଳୟରେ ଶିକ୍ଷକତା କରିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking