30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ପିଇଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିଷ ପିଇଲେ ଯୁବକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବକ ତାଙ୍କ ନାମ ବିମଲେଶ କୁମାର ବୋଲି କହିଛନ୍ତି ଏବଂ ସେ ମେନପୁରୀ ଜିଲ୍ଲାର ବାସିନ୍ଦା । ବିମଲେଶ ସମାଜବାଦୀ ପାର୍ଟି ନେତାଙ୍କ ବିରୋଧରେ ତାଙ୍କ ଜମି ବାଡ଼ି କବ୍‌ଜା କରିଥିବା ଅଭିଯୋଗ କରିଛନ୍ତି । ତେବେ ସେ ନେତାଙ୍କ ନା’ ପ୍ରକାଶ କରି ନାହାନ୍ତି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିମଲେଶଙ୍କୁ ଆତ୍ମହତ୍ୟାର କାରଣ ପଚାରିବାରୁ ସେ କହିଥିଲେ ଯେ, ସମାଜବାଦୀ ପାର୍ଟି ନେତା ତାଙ୍କ ଜମି ବାଡ଼ି ବିକ୍ରି କରି ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସେ ମଧ୍ୟ ଡିଏମ, ଏସଡିଏମଙ୍କ ପାଖକୁ ଯାଇଥିଲେ କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ । ଯୁବକ କହିଛନ୍ତି ଯେ, ନିରାଶ ହୋଇ ସେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ, କିନ୍ତୁ ସେଠାରେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ । ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ । ମାତ୍ର ତାଙ୍କୁ ଭେଟିପାରି ନ ଥିଲେ । ତାଙ୍କୁ କୁହାଗଲା ଯେ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking