32.1 C
Bhubaneswar
Friday, April 26, 2024
Homeଅପରାଧସାଙ୍ଗର ଠେଙ୍ଗାମାଡ଼ରେ ସାଙ୍ଗ ମୃତ

ସାଙ୍ଗର ଠେଙ୍ଗାମାଡ଼ରେ ସାଙ୍ଗ ମୃତ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ଠାରେ ସାଙ୍ଗର ଠେଙ୍ଗାମାଡ଼ରେ ଆଉ ଜଣେ ସାଙ୍ଗର ମୃତ୍ୟୁ ହୋଇଛି । ମୃତକ ଜଣକ ଗୁମାଡେରା ଲୁହୁରାପଡ଼ାର ମନୋଜ ବିଶ୍ୱାଳ (୩୧) ହୋଇଥିବାବେଳେ ତାଙ୍କୁ ଠେଙ୍ଗାରେ ମାଡ ମାରିଥିବା ସାଙ୍ଗ ଜଣକ ଖମାରପଡ଼ାର ପ୍ରମୋଦ ଭୋଇ (୩୧) ବୋଲି ବେଲପାହାଡ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ, ବୁଧବାର ରାତିରେ ମନୋଜ ଏବଂ ପ୍ରମୋଦ ଖମାରପଡ଼ାରେ ଏକ ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ । ସେଠାରୁ ସେମାନେ ଗୁମାଡେରା ଲୁହୁରାପଡ଼ାକୁ ଚାଲିଚାଲି ଆସିଥିଲେ । ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ପ୍ରମୋଦ ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗାରେ ମନୋଜକୁ ମୁଣ୍ଡରେ ମାଡ଼ ମାରିଥିଲେ । ଏଥିରେ ମନୋଜ ଗୁରୁତର ହୋଇ ତଳେ ପଡିଯିବା ପରେ ପ୍ରମୋଦ ସେଠାରୁ ଫେରାର ଯାଇଥିଲା । କିଛି ସମୟପରେ ରାସ୍ତା ଉପରେ ମନୋଜ ଲହୁଲୁହାଣ ହୋଇ ପଡିଥିବାଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲ । ପୁଲିସ ମନୋଜକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କିରଥିଲେ । ବେଲପାହାଡ ପୁଲିସ ଏନେଇ ୧୧୩/୨୧ ରେ ଏକ ହତ୍ୟା ମାମଲା ରୁଜୁକରି ମନୋଜଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାସହ ହତ୍ୟାକାଣ୍ଡ ଘଟାଇଥିବା ପ୍ରମୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking