26.1 C
Bhubaneswar
Saturday, July 5, 2025
Homeଓଡିଶାବାମଣ୍ଡା ଗାଁରେ ପାନୀୟଜଳ ସମସ୍ୟା, ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

ବାମଣ୍ଡା ଗାଁରେ ପାନୀୟଜଳ ସମସ୍ୟା, ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ଦାବିରେ ଆଜି ଗ୍ରାମର ମହିଳାମାନେ ଗରା,ବାଲଟି ଆଦି ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ଦୀର୍ଘ ଘଣ୍ଟା ଧରି ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଥିବା ବେଳେ ସେଠାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ନଯିବା ଫଳରେ ଅନ୍ଦୋଳନକାରୀ ମହିଳାମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଧାରଣାସ୍ଥଳରୁ ସମସ୍ତେ ଚାଲିଯାଇଥିଲେ । ପ୍ରକାଶଯୋଗ୍ୟଯେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ପାନୀୟଜଳ ଯୋଗାଇଦେବା ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ପ୍ରମୁଖ ଦାୟିତ୍ୱ ହୋଇଥିବାବେଳେ ଏଥିପାଇଁ ସରକାର ପଞ୍ଚାୟତଗୁଡିକୁ ସ୍ୱତନ୍ତ୍ର ଭାବରେ ଅନୁଦାନ ମଧ୍ୟ ଯୋଗାଇଦେଇଛନ୍ତି । କିନ୍ତୁ ନିର୍ବାଚିତ ପ୍ରତିନିଧିମାନେ ନିଜ ଦାୟିତ୍ୱରୁ ଖସିବା ପାଇଁ ସବୁ ଦୋଷ ବିଭାଗୀୟ ସରକାରୀ କର୍ମଚାରୀଙ୍କ ଉପରେ ଲଦି ଦେଉଛନ୍ତି । ଫଳରେ ଅନେକ ପଞ୍ଚାୟତରେ ପାନୀୟଜଳ ସମସ୍ୟା ଦେଖାଯିବା ସହିତ ସାଧାରଣଲୋକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । କେଉଁ ପଞ୍ଚାୟତକୁ ପାନୀୟଜଳ ଯୋଗାଣ ପାଇଁ ବାର୍ଷିକ କେତେ ଟଙ୍କା ଅନୁଦାନ ଯୋଗାଇଦିଆଯାଇଛି ଏବଂ ତାହାର ଖର୍ଚ୍ଚ ସମୀକ୍ଷା କରାଗଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବ ବୋଲି ମତପ୍ରକାଶ ପାଉଛି । ତେଣୁ ଜିଲାପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ସହିତ ଗ୍ରାମ୍ୟ ପାନୀୟଜଳଯୋଗାଣ ବିଭାଗ ହସ୍ତକ୍ଷେପ କରିବାକୁ ମତପ୍ରକାଶ ପାଉଛି । ତୁରନ୍ତ ପଞ୍ଚାୟତବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ନ ହେଲେ ଆଗକୁ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking