30.1 C
Bhubaneswar
Wednesday, April 24, 2024
Homeଓଡିଶା*ଡ୍ୟାମେଜ କଂଟ୍ରୋଲ ନାଁରେ ପ୍ରହଶନ ବନ୍ଦ କରନ୍ତୁ କେନ୍ଦ୍ର ମୋଦି ସରକାର : ନିରଞ୍ଜନ*

*ଡ୍ୟାମେଜ କଂଟ୍ରୋଲ ନାଁରେ ପ୍ରହଶନ ବନ୍ଦ କରନ୍ତୁ କେନ୍ଦ୍ର ମୋଦି ସରକାର : ନିରଞ୍ଜନ*

ଭୁବନେଶ୍ୱର- ଡ୍ୟାମେଜ କଂଟ୍ରୋଲ ପାଇଁ କେନ୍ଦ୍ର ମୋଦି ସରକାର ତିନୋଟି ପଦକ୍ଷେପ ନେଇଛନ୍ତି । ସେଗୁଡ଼ିକ ହେଲା ଭାରତବାସୀଙ୍କୁ ମାଗଣା କରୋନା ଟୀକା, ମାଗଣା ଚାଉଳ ଓ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି । ଉପରୋକ୍ତ ତିନୋଟି ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ ବାର୍ତାରେ ନିଜର ଅସନ୍ତୋଷ  ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଭାରତବାସୀଙ୍କୁ ମାଗଣା କରୋନା ଟୀକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କଲେ । କେତେବେଳେ

କଲେ ଯେତେବେଳେକି ସାରା ପୃଥିବୀରେ ଭାରତବର୍ଷ କରୋନା ସଂକ୍ରମଣରେ ପ୍ରଥମସ୍ଥାନ ଅଧିକାର କରିବା ସହିତ ଲକ୍ଷଲକ୍ଷ ଲୋକ

ମୃତ୍ୟୁମୁଖରେ ପଡ଼ିଲେ ଏବଂ ସୁର୍ପିମକୋର୍ଟ ଅତି କଟୁ ମନ୍ତବ୍ୟ ଦେଇ ତାଗିଦ କଲାପରେ ଏବଂ ଅଣବିଜେପି ମୁଖ୍ୟମନ୍ତ୍ରୀ ମାନଙ୍କର

ଦାବୀ ସହିତ ସର୍ବଭାରତୀୟ କଂଗ୍ରେସ ଦଳର ନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଦୃଢ଼ ଦାବୀ ଓ ସମାଲୋଚନା ଏବଂ

ଅନ୍ୟ କଂଗ୍ରେସ ବରିଷ୍ଠ ନେତୃବର୍ଗଙ୍କର ଦାବି ଯୋଗୁଁ ନିଜର ଭାବମୂର୍ତିକୁ ସଜାଡ଼ିବାକୁ ଯାଇ ମୋଦି ସରକାର ବାଧ୍ୟ ହୋଇ ୧୮ରୁ

୪୪ ବର୍ଷର ଲୋକମାନଙ୍କର ଟୀକକରଣର ଦାୟିତ୍ୱ ନେଲେ ।

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଯେଉଁ ୮୦ କୋଟି ଲୋକଙ୍କୁ ୬ ମାସ ପାଇଁ ଖାଦ୍ୟଶସ୍ୟ ବା ରେସନ ଯୋଗାଇ

ଦେଇଛନ୍ତି ବୋଲି ସାରାଦେଶରେ ଡିଣ୍ଡିମ ପିଟୁଛନ୍ତି ତାହା ପ୍ରକୃତକ୍ଷେ ଲୋକଙ୍କୁ ରକ୍ଷା କରିବା ପାଇଁ ନା ଉପହାସ କରିବା ପାଇଁ?

ଓଡ଼ିଶାରେ ୩କୋଟି ୨୬ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ମାସକୁ ମୁଣ୍ଡ ପିଛା ୫ କିଲୋ ଚାଉଳ ମିଳିବ । ଯାହାର ମୂଲ୍ୟ ୧୮୫

ଟଙ୍କା ମାନେ ହିସାବ କଲେ ଦିନକୁ ୬ଟଙ୍କା ୧୬ ପଇସାର ସାହାଯ୍ୟ ମିଳୁଛି । ବର୍ତମାନ କରୋନା ମହାମାରୀ ସମୟରେ ୬ଟଙ୍କା

୧୬ ପଇସା ସାହାଯ୍ୟରେ ଜଣେ ବ୍ୟକ୍ତି କିଭଳି ବଂଚିପାରିବ ତାହା ସମସ୍ତେ ଅନୁଭବ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ

କହିଛନ୍ତି ।

କେନ୍ଦ୍ର ସରକାରଙ୍କ ୩ଟି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଅନେକ ଚାଷୀ ସଂଗଠନ ଏବଂ ଆମଦେଶର ଅର୍ଣ୍ଣଦାତା

ଚାଷୀଭାଇମାନେ ଦୀର୍ଘଦିନ ଧରି ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଚାଷୀ ଆତ୍ମହତ୍ୟା ଏବଂ

ମୃତ୍ୟୁବରଣ କଲେଣି । ସରକାର ତାଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି । ଏବେ କରୋନା ମହାମାରୀ ସମୟରେ ଧାନର ସର୍ବନିମ୍ନ

ସହାୟକ ମୂଲ୍ୟ କ୍ୟୁଣ୍ଟାଲ ପିଛ ୭୨ ଟଙ୍କା ବୃଦ୍ଧି କରିବା ଅର୍ଥାତ କିଲୋ ପିଛା ୭୨ ପଇସା ବୃଦ୍ଧି କରିବା ସମୁଦ୍ରକୁ ଶଙ୍ଖେ ବୋଲି ଶ୍ରୀ

ପଟ୍ଟନାୟକ ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି ଦେଶରେ ବେରୋଜଗାରୀ ବଢ଼ିଛି, ଗରୀବ ଲୋକମାନେ ହନ୍ତସନ୍ତ ହେଉଛନ୍ତି ଏବଂ

ମଧ୍ୟବିତ ଓ ନିମ୍ନମଧ୍ୟବିତ ଲୋକମାନଙ୍କ ପାଇଁ କିଛି ସୁବିଧା ବା ଯୋଜନା ନଥିବାରୁ ସେମାନେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ।

ବର୍ତମାନ ପେଟ୍ରୋଲ ଓ ଡିଜେଲ ଲିଟର ପାଖାପାଖି ୩୦ ଟଙ୍କା ବୃଦ୍ଧି କରି ୧୦୦ ଟଙ୍କାରେ ପଂହଚିଲାଣି । ସେହିପରି ରନ୍ଧନ ଗ୍ୟାସ

୯୫୦ ଟଙ୍କାରେ ପଂହଚିଲାଣି ତା ସାଂଗକୁ ବଜାରରେ ଡାଲି କିଲୋ ୧୪୦ ଟଙ୍କା, ଖାଇବା ତେଲ ଲିଟର ୨୦୦ ଟଙ୍କାରେ

ପହଂଚିଥିବା ବେଳେ ପନିପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ୪୦% ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ଧାନର

ସର୍ବନିମ୍ନ ସହାୟକ ମୂଲ୍ୟ କିଲୋ ପିଛା ୭୨ ପଇସା ବୃଦ୍ଧି କରି ଚାଷୀଙ୍କ ସମସ୍ୟାର ସମଧାନ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି

ଶ୍ରୀ ପଟ୍ଟନାୟକ । ଏସବୁ ଲୋକଙ୍କ ସାହାଯ୍ୟ ନୁହେଁ ଭାରତବାସୀଙ୍କୁ ଅପମାନିତ କରିବା ପାଇଁ ସୁଚିନ୍ତିତ ଯୋଜନା । ଏଣୁ କେନ୍ଦ୍ର

ମୋଦୀ ସରକାର ଲୋକଙ୍କ ସମସ୍ୟାକୁ ନେଇ ଏଭଳି ଅପମାନିତ ନକରି ଗରୀବ ଲୋକଙ୍କୁ ରୋଜଗାରକ୍ଷମ କରନ୍ତୁ । କେନ୍ଦ୍ର ମୋଦି

ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ଏବଂ ଡ୍ୟାମେଜ କଂଟ୍ରୋଲ ନାଁରେ ପ୍ରହଶନ ବନ୍ଦ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking