39.1 C
Bhubaneswar
Wednesday, April 24, 2024
Homeକରୋନା ଓଡିଶାକମିଛି ସଂକ୍ରମଣ, ଚିନ୍ତା ବଢ଼ାଉଛନ୍ତି ପ୍ରବାସୀ

କମିଛି ସଂକ୍ରମଣ, ଚିନ୍ତା ବଢ଼ାଉଛନ୍ତି ପ୍ରବାସୀ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ଏବେ କରୋନା ସଂକ୍ରମଣର ହାର କମିଥିଲେ ମଧ୍ୟ ପ୍ରବାସୀ ଶ୍ରମିଙ୍କ ଘରବାହୁଡା ଚିନ୍ତାର କାରଣ ହୋଇଛି । ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,ତାମିଲନାଡୁ ଆଦି ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଏବେ ଗାଁକୁ ଫେରୁଥିବା ବେଳେ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡିଛି । ଏହି କରୋନା ସଂକ୍ରମଣ ଚିହ୍ନଟ ଶ୍ରମିକମାନେ କୋଭିଡ୍ କେୟାର ସେଣ୍ଟରକୁ ରହିବାକୁ ଯାଉନଥିବା ଯୋଗୁଁ ଏହା ଏକ ସମସ୍ୟା ସୃଷ୍ଟି ହୋଇଛି । ଏଠାରେ ସୂଚନା ଯୋଗ୍ୟକି, ଗତ ଏପ୍ରିଲ ମାସରେ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇଥିଲା । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ପରୀକ୍ଷା କରାଯିବା ସହ ପ୍ରତିଦିନ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେଉଥିଲେ । ଏଥି ସହିତ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବହୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିଲେ । ମାତ୍ର ମେ ମାସ ଅଧାରୁ ଏହି ସଂକ୍ରମଣ ହାର ଧିରେ ଧିରେ କମୁଥିଲେ ମଧ୍ୟ ପ୍ରବାସୀ ଶ୍ରମିକମାନେ ଅଧିକରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ପ୍ରବାସୀମାନଙ୍କ ରହିବା ପାଇଁ କ୍ଲଷ୍ଟର ସ୍ତରୀୟ ଟିଏମ୍‌ସି କରାଯାଇଛି । ଏହି ବ୍ଲକର ଘୁନସର, ଫୁଲକିମୁଣ୍ଡା, ନାନ୍ଦୁପଲା, ଲାଠୋର, ଲୁହାସିଂହା ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇଥିବା ବେଳେ ଫେରୁଥିବା ଶ୍ରମିକମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପ୍ରବାସୀ ଶ୍ରମିକମାନେ ଫେରୁଥିବା ଦେଖିବାକୁ ମିଳୁଛି । ଫେରୁଥିବା ପ୍ରବାସୀମାନଙ୍କର ୨୪ ଘଣ୍ଟା ପରେ କୋଭିଡ୍ ପରୀକ୍ଷା କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରତିଦିନ ୧୫ରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କୁ କୋଭିଡ କେୟାର ସେଣ୍ଟରରେ ରହିବା ବ୍ୟବସ୍ଥା କରାଯାଇଥିବାବେଳେ ଅନ୍ୟମାନଙ୍କୁ ଘରକୁ ଛାଡି ଦିଆଯାଉଛି । ମାତ୍ର ସଂକ୍ରମିତମାନେ କୋଭିଡ କେୟାର ସେଣ୍ଟରକୁ ନଯାଇ ନିଜ ନିଜ ଘରକୁ ଫେରିଯାଉଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡିଯାଇଛନ୍ତି । ଏହି ବ୍ଲକ ଅଞ୍ଚଳକୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଫେରୁଥିଲେ ମଧ୍ୟ ସେମାନେ ନିଜ ନିଜ ଘରକୁ ଲୁଚି ଛପି ଯାଉଛନ୍ତି । ମାତ୍ର ପ୍ରଶାସନର ଜାଣତରେ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଉଦ୍ୟମରେ ୨ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ ଫେରିଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାତ୍ର ସେମାନେ କୋଭିଡ କେୟାର ସେଂଟରକୁ ନଯାଇ ନିଜ ଘରେ ରହୁଥିବା ଜାଣିବାକୁ ମିଳିଛି । ଫଳରେ ନିଜ ପରିବାର ମଧ୍ୟରେ ଏବଂ ଗ୍ରାମରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଦେଖାଦେଇଛି । ଅନେକ ପ୍ରବାସୀ ଶ୍ରମିକ ମଧ୍ୟ ନିଜ ଗାଁରେ ଖୋଲା ମେଲାରେ ବୁଲୁଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡିଯାଇଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking