29.1 C
Bhubaneswar
Thursday, May 23, 2024
Homeଅପରାଧ୪୮ ଦିନରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ, ବନ୍ଧା ହେଲେ ଠକ

୪୮ ଦିନରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ, ବନ୍ଧା ହେଲେ ଠକ

ଭୁବନେଶ୍ୱର: ପ୍ଲଟ ସ୍କିମ ମାଧ୍ୟମରେ ୪୮ ଦିନରେ ଜମା ଟଙ୍କାର ଦୁଇଗୁଣା ଦେବାକୁ କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ଲକ୍ଷ୍ମୀସାଗର ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗନ୍ନାଥ ନଗର ଲେନ-୧ରେ ରହୁଥିବା ଅଜୟ କୁମାର ପାତ୍ର । ପୁଲିସ ତା ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତଙ୍କର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଶାରଳା ନଗର କଟକ ରୋଡରେ ଏମ/ଏସ ଅର୍ଣ୍ଣପୁର୍ଣ୍ଣା ଆସେଟ୍ସ ଆଣ୍ଡ ମାର୍କେଟିଂ ପ୍ରାଇଭେଟ ଲିମିଟେଡ ନାମରେ ଗୋଟିଏ ଅଫିସ ଅଛି । ଅଭିଯୁକ୍ତ ଜଣକ ଅଭିଯୋଗାକାରୀ ରମେଶ ଚନ୍ଦ୍ର ସାମଲଙ୍କୁ ଟଙ୍କା ନିବେଶ କରି ୪୮ଦିନରେ ଦ୍ୱିଗୁଣିତ ଏବଂ ପ୍ଲଟ ସ୍କୀମ ବିକ୍ରୟ କରିବା ପାଇଁ ଯୋଜନା ବିଷୟରେ ଜଣାଇଥିଲେ । ରମେଶ ଚନ୍ଦ୍ର ସାମଲ ଅଭିଯୁକ୍ତଙ୍କୁ ବିଶ୍ୱାସ କରି ୨,୯୧,୦୦୦/- ଟଙ୍କା ଦେବା ସହ ଅଭିଯୁକ୍ତଙ୍କ ଠାରୁ ଟଙ୍କା ରସିଦ ଏବଂ ଗ୍ୟାରେ ି ବଣ୍ଡ ନେଇଥିଲେ । ନିର୍ଦ୍ଧାରିତ ସମୟ ସୀମା ସରିବା ପରେ ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ତାଙ୍କର ଟଙ୍କା ଫେରାଇବାକୁ କହିଥିଲେ । ଏଥିରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କୁ ଧମକ ଦେବା ସହ କୌଣସି ପ୍ଲଟ କିମ୍ବା ନିବେଶ ପାଇଁ ନେଇଥିବା ଟଙ୍କା ଫେରାଇ ନଥିଲେ । ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking