31.1 C
Bhubaneswar
Tuesday, May 7, 2024
Homeଅପରାଧଆସିକା ପୋଲିସ ଦ୍ୱାରା ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୪ ଅପରାଧୀ ଗିରଫ,...

ଆସିକା ପୋଲିସ ଦ୍ୱାରା ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୪ ଅପରାଧୀ ଗିରଫ, ବହୁ ମାରଣାସ୍ତ୍ର ଜବତ

ଗଂଜାମ: ସୋମବାର ଗଂଜାମ ଜିଲ୍ଲା ଆସିକା ପୋଲିସ ଦ୍ୱାରା ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରାଯାଇଛି। ସୂଚନା ଅନୁସାରେ ଆସିକା ଦାଶନାପଲି ନିକଟସ୍ଥ ଯାତ୍ରୀ ବିଶ୍ରାମଗାର ଠାରେ ୫ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆସିକା ପୋଲିସ ଟିମ୍ ଅତି ସତର୍କତାର ସହ ଅପରାଧୀ ମାନଙ୍କୁ ପ୍ରଥମେ ଘେରାଉ କରି ଦେଇଥିଲା। ଏହା ପରେ ଅତର୍କିତ ଭାବେ ଚଢାଉ କରିବା ସହ ଡକାୟତି ମାନଙ୍କୁ କାବୁ କରିଥିଲା ଆସିକା ପୋଲିସ। ତେବେ ଘଟଣା ସ୍ଥଳରୁ ଜଣେ ଅପରାଧୀ ଚମ୍ପଟ୍ ମାରିଥିବା ଜଣାପଡିଛି। ଗିରଫ ହୋଇଥିବା ଡକାୟତି ମାନେ ହେଲେ ଅନନ୍ତ ନାରାୟଣ ପଟ୍ଟନାୟକ, ବାପିନି ଜେନା, ସତ୍ଯ ପାତ୍ର ଓ କୁନା ସ୍ବାଇଁ। ଏମାନଙ୍କ ଠାରୁ ୫ ଟି ଜୀବନ୍ତ ବୋମା, ଗୋଟିଏ ପିସ୍ତଲ, ୨ ଟି ଅଫୁଟା ଗୁଳି, ୨ ଟି ଖଣ୍ଡା, କାତି, ଲଂକା ଗୁଣ୍ଡ ସହ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି। ଏହି ଅପରାଧୀ ମାନଙ୍କ ନାମରେ ମଧ୍ୟ ପୂର୍ବରୁ ଅପରାଧିକ ମାମଲା ରହିଥିବା କହିଛି ପୋଲିସ। ତେବେ ଗିରଫ ପରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking