ଭୁବନେଶ୍ୱର : ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ କେ ଚାଟାର୍ଜୀଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀଠାର ପରଲୋକ ଘଟିଥିବା ଡିଜିପି ଅଭୟ ଜଣାଇଛନ୍ତି । ଏହି ସହ ସେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଚାଟାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ତେବେ ଚାଟାର୍ଜୀ ୧୯୬୬ ବ୍ୟାଚର ଆଇପିଏସ ଅଫିସର ଥିଲା ବେଳେ ୨୦୦୦ରୁ ୨୦୦୧ ପର୍ଯ୍ୟନ୍ତ ସେ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।