ଯାଜପୁରରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

ଯାଜପୁର ହାବେଳିବଜାର ଗୋଷ୍ଠୀ କେନ୍ଦ୍ର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଗୋଷ୍ଠୀ କେନ୍ଦ୍ରଟି ବରିଷ୍ଠ ନାଗରିକ ମାନଙ୍କର ଆମୋଦ ପ୍ରମୋଦ ପାଇଁ ବ୍ୟବହାର କରାଯିବ । ଏହି ଉଦଘାଟନି ଉତ୍ସବରେ ସହରର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ । ଏହାପରେ ଯାଜପୁର ସହରର ବିଭିନ୍ନ ସମସ୍ୟା ସଂପର୍କରେ ବିଧାୟକ ବରିଷ୍ଠ ନାଗରିକ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଗୋଷ୍ଠୀ କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ମଧ୍ୟ ବିଧାୟକ ପ୍ରତିଶୃତି ଦେଇଥିଲେ । ବରିଷ୍ଠ ନାଗରିକ ମାନେ ସେମାନଙ୍କ ପାଇଁ ଏକ ଘର ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଏହି ଘର ଉଦଘାଟନ ହେବା ପରେ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here