ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫସିଲେ ସମ୍ବଲପୁର ଜୁଜୁମରାର ଫରେଷ୍ଟ ଗାର୍ଡ । ୩୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର । ବନ ସୁରକ୍ଷା ସମିତିର କୋଠା ନିର୍ମାଣ ବିଲ୍ ପାସ୍ କରିବାକୁ ସେ ଲାଞ୍ଚ ନେଉଥିବା ଜଣାପଡିଛି । ତେବେ ବେହେରାଣୀବାସୀ ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟ ସଚିବ ଅଛନ୍ତି ମଧୁସ୍ମିତା ମହାପାତ୍ର । ସମ୍ବଲପୁର ସଦର ରେଂଜର ଯୁଯୁମୁରା ଅନ୍ତର୍ଗତ ବେହେରାନୀ ବସା ଗାଁରେ ଗ୍ରାମ୍ୟ ବନ କମିଟି ଦ୍ୱାରା ଓଡ଼ିଶା ଫରେଷ୍ଟ ସେକ୍ଟର ଡଭଲପ୍ମେଣ୍ଟ ପ୍ରୋଜେକ୍ଟ (ଓଏଫ୍ଡିସିପି) ଯୋଜନାରେ କୋଠାଘର ନିର୍ମାଣ, ବୃକ୍ଷରୋପଣର ବିଲ୍, ଭାଉଚର, ମଷ୍ଟର ରୋଲ୍ସ ଆଦି ପ୍ରସ୍ତୁତି କରିବା ପାଇଁ ବନରକ୍ଷୀ ମଧୁସ୍ମିତା ମହାପାତ୍ରା କମିଟିର କୋଷାଧ୍ୟକ୍ଷ ପର୍ଶୁରାମ ମିର୍ଦ୍ଧାଙ୍କୁ ୩୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ପର୍ଶୁରାମ ମଧ୍ୟ ଟଙ୍କା ଦେବାକୁ ରାଜି ହୋଇଥିଲେ।