35.1 C
Bhubaneswar
Thursday, May 23, 2024
Homeଓଡିଶାଫୁଟବଲ ଖେଳୁଛି ପୁଣି କୋଉଠି ଦଳିଚକଟି ମାରୁଛି ହାତୀ

ଫୁଟବଲ ଖେଳୁଛି ପୁଣି କୋଉଠି ଦଳିଚକଟି ମାରୁଛି ହାତୀ

ମୟୁରଭଞ୍ଜ: କାହାକୁବି ଦୋଷ ଦେବା ବହୁତ ସହଜ। କିନ୍ତୁ ବାସ୍ତବତାକୁ ଦୃଷ୍ଟିରେ ରଖି ନିଷ୍ପକ୍ଷ,ନିରପେକ୍ଷ ମତପ୍ରକାଶ କରିବା ସହଜ ନୁହେଁ। ଜଙ୍ଗଲୀ ହାତୀ ଗୋରୁ,ଛେଳି, ମେଣ୍ଢା ନୁହେଁ ନିଜ ନିଜ ସୁବିଧା ଅନୁସାରେ ଯେମିତି ଇଚ୍ଛା ସେମିତି ଘଉଡ଼ାଇବେ। ତେବେ ଏମାନେ ଜଙ୍ଗଲୀଜୀଵ ହୋଇଥିଲା ବେଳେ ଜଙ୍ଗଲରୁ ବାହାରକୁ ଆସୁଛନ୍ତି କାହିଁକି ?

ଏହାକୁ ସାଧାରଣ ଲୋକଙ୍କ ଅପେକ୍ଷା ସରକାରୀ ବେସରକାରୀ ରାଜନୈତିକ ଦଳର କର୍ମକାର୍ତ୍ତାଙ୍କ ବୁଝିବା ଆବଶ୍ୟକ ଏବଂ ଏହାର ପ୍ରତିକାର ପାଇଁ ପ୍ରତିବାଦ କରିବାକୁ ଆଗେଇ ଆସିବାର ଜରୁରୀ ଆବଶ୍ୟକତା ରହିଥିଲେ ମଧ୍ୟ ଏଭଳି ପଦକ୍ଷେପରୁ ଦୁରେଇଯାଇ କେବଳ ରାଜନୈତିକକରଣରେ ସୀମିତ ରହି ବାହାବା ସାଉଁଟିବାରେ ଆଗ୍ରହ ରଖୁଛନ୍ତି ନେତାମାନେ ବୋଲି ଆଲୋଚନା ହେଉଛି।ଏହାଦ୍ବାରା ସମସ୍ୟାର ସମାଧାନ ହେବାର କୌଣସି ଆଶା ଦେଖାଯାଉ ନାହିଁ।

ତେବେ ରାତି ନୁହେଁ ଦିନ ବେଳେ ମଧ୍ୟ ହାତୀପଲ ଗାଁକୁ ଖାଦ୍ୟ ଅନ୍ୱେଷଣରେ ପଶି ଆସୁଛି। ଆଉ ଗାଁ ପଡ଼ିଆରେ ପିଲାମାନେ ଫୁଟବଲ ଖେଳୁଥିବା ଦେଖି ପଡ଼ିଆରେ ପଶିଲା ହାତୀ। ପିଲାମାନେ ଭୟଭୀତ ହୋଇ ଦୌଡ଼ି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ଉତଫୁଲ୍ଲିତ ହୋଇ ଫୁଟବଲ ଖେଳି ଶେଷରେ ପାଦରେ ଜାକି ଫୁଟବଲକୁ ଫଟାଇ ଦେଇଥିଲା ହାତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ଆଣୁଆ ଗ୍ରାମରେ।

ସେହିପରି ବେତନଟୀ ରେଞ୍ଜ ଅନ୍ତର୍ଗତ ଭାଲିଆଡିହା ପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମରେ ପଶି ଜଣେ ବୃଦ୍ଧାଙ୍କୁ ପାଦରେ ଦଳାଚକଟି ଦେଇଥିବା ବେଳେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ସ୍ଥିତିରେ ହାତୀ -ମଣିଷ ଲଢେଇ ରୋକିବା ଦିଗରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟ ଜୀବଜନ୍ତୁଙ୍କ ବାସସ୍ଥାନ ସୁରକ୍ଷିତ କରିବା ସହିତ ଆବଶ୍ୟକ ପାରିପାର୍ଶ୍ବିକ ପରିବେଶ ସୃଷ୍ଟି କରିବା ଜରୁରୀ ହେଉଥିବା ବେଳେ ସେଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ ନ କରି କେବଳ ଯୋଜନା ମୂଲ୍ୟହୀନ ବୋଲି ଖୋଲାଖୋଲି ମତପ୍ରକାଶ ପାଉଛି।

ତେବେ କେନ୍ଦୁଛାଟିଆ ଗ୍ରାମର 70ବର୍ଷୀୟା ବୃଦ୍ଧା କମଳୀ ଦେହୁରୀଙ୍କୁ ଗୋଟେ ଦନ୍ତା ତାଙ୍କ ଘରକୁ ଆସି ଘରେ ଦଳିଚକଟି ମାରି ଦେଇଥିବାର ଅଭିଯୋଗ ହୋଇଛି। ଘରେ ଆସି ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁକୁନେଇ ଘଟଣାସ୍ଥଳରେ ବହୁ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା।

ଖବରପାଇ ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବହୁ ସମୟ କଥା କଟାକଟି ସହ ଯୁକ୍ତିତର୍କ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ବନବିଭାଗ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ପଠେଇଛି ତେବେ ଏଠି ପ୍ରଶ୍ନ ଉଠୁଛି ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ଆସୁଥିବା ଟଙ୍କାର ସୁବିନିଯୋଗ ହେଉଛି ତ ?

ଏମିତି ଅନେକ ପ୍ରଶ୍ନର ଉତ୍ତର ସତେ ଯେପରି ନିଖୋଜ ହୋଇଯାଇଛି। ଅନ୍ୟପଟେ ଗାଁ ଗାଁରେ ହାତୀ କବଳରୁ ଲୋକେ କି ଭଳି ରକ୍ଷା ପାଇପାରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ସତ କିନ୍ତୁ ସବୁଥିରେ ଆଶାନୁରୂପ ସଫଳତା ମିଳୁନାହିଁ। ତେବେ ହାତୀ ଆତଙ୍କକୁନେଇ ସମସ୍ତେ ଭୟଭୀତ ଓ ଆତଙ୍କିତ ଏହାର ସ୍ଥାୟୀ ସମାଧାନ କେବେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି। ଅନ୍ୟପଟେ ମୃତା ବୃଦ୍ଧାଙ୍କ ପରିବାରକୁ ତୁରନ୍ତ ବନବିଭାଗ ସରକାରୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking